ସତ୍ୟଶିକ୍ଷା (ନୂଆଦିଲ୍ଲୀ) ୨୫ .୦୯.୨୦୨୦ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ତିନିମାସରୁ ଅଧିକ ସମୟ ହୋଇଗଲାଣି । ମାତ୍ର ଦେଶର ତିନିଟି ସବୁଠୁ ବଡ଼ ତଦନ୍ତ ଏଜେନ୍ସି ଏବେ ସୁଦ୍ଧା ଏହାର ଖିଅ ଖୋଜି ପାଇପାରିଲା ନାହିଁ ଯେ ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି । ତଦନ୍ତ ଓ ନ୍ୟାୟ ମିଳିବାରେ ବିଳମ୍ବ ହେଉଥିବାରୁ ସୁଶାନ୍ତଙ୍କ ପରିବାର ଓକିଲ ବିକାଶ ସିଂହ ଏବେ ନିଜ କ୍ରୋଧ ବ୍ୟକ୍ତ କରିଛନ୍ତି ।
ଓକିଲ ବିକାଶ ସିଂହଙ୍କ ଦାବି- ସୁଶାନ୍ତଙ୍କ ଗଳା ଚିପି କରାଯାଇଛି ହତ୍ୟା, ଏମ୍ସ କହିଲା- ଏବେ ତଦନ୍ତ ପୂରା ହୋଇ ନାହିଁ l
