ଦୀର୍ଘଦିନର ପ୍ରେମିକା ସ୍ୱେତା ଅଗ୍ରୱାଲଙ୍କୁ ବିବାହ କଲେ ଆଦିତ୍ୟ ନାରାୟଣ

ସତ୍ୟଶିଖା (ମୁମ୍ବାଇ) ୦୨/୧୨/୨୦୨୦ : ଏକାଧିକ ଓଡିଆ ଗୀତ ଗାଇଥିବା ବଲିଉଡ ସିଙ୍ଗର ଉଦତ୍ ନାରାୟଣ ଓଡିଶାର ଘରେ ଘରେ ପରିଚିତ । ତାଙ୍କ ଗାୟକ ପୁଅ ଆଦିତ୍ୟ ନାରାୟଣଙ୍କୁ ମଧ୍ୟ ଅଧିକାଂଶ ଜାଣନ୍ତି । ସଂଗୀତ ଭିତିକ ଟିଭି ରିୟାଲିଟ ଶୋରେ ଉପସ୍ଥାପନା କରି ବେଶ ଲୋକପ୍ରିୟତା ହାସଲ କରିଛନ୍ତି ଆଦିତ୍ୟ । ମଙ୍ଗଳବାର ଏକ ନିରାଡମ୍ବର ଉତ୍ସବରେ ଆଦିତ୍ୟଙ୍କ ବିବାହ ହୋଇଛି । କରୋନା କଟକଣା ଭିତରେ ମୁମ୍ବାଇରେ ଆୟୋଜିତ ହୋଇଛି ଏହି ହାଇପ୍ରୋଫାଇଲ ବିବାହ ଉତ୍ସବ । ନିଜ ଦୀର୍ଘଦିନର ପ୍ରେମିକା ସ୍ୱେତା ଅଗ୍ରୱାଲଙ୍କୁ ବିବାହ କରିଛନ୍ତି ଆଦିତ୍ୟ ନାରାୟଣ ।୨୦୧୦ ମସିହାରେ ବଲିଉଡ ଫିଲ୍ମ ‘ସାପିତ’ର ସୁଟିଂ ବେଳେ ସ୍ୱେତାଙ୍କ ସହିତ ଆଦିତ୍ୟଙ୍କର ଦେଖା ହୋଇଥିଲା । ସେବେଠଆରୁ ଦୁହିଁଙ୍କ ଭିତରେ ପ୍ରେମ ସଂପର୍କ ଗଢି ଉଠିଥିଲା । ନିକଟରେ ଆଦିତ୍ୟ ସୋସିଆଲ ମିଡିଆରେ ଆଦିତ୍ୟ ତାଙ୍କ ପ୍ରେମ ସଂପର୍କରେ ଘୋଷଣା କରିବା ସହ ଡିସେମ୍ବରରେ ବିବାହ ହେଉଥିବା ସୂଚନା ଦେଇଥିଲେ । ଆଦିତ୍ୟଙ୍କ ବର ଯାତ୍ରୀରେ ବାପା ଉଦିତ ନାରାୟଣ ଠୁମକା ଲଗାଉଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏହି ଭିଡିଓ ସହ ଆଦିତ୍ୟ ଓ ସ୍ୱେତାଙ୍କ ବିବାହ ଫଟୋ ଭାଇରାଲ ହେବାରେ ଲାଗିଛି ।

Exit mobile version