ସତ୍ୟଶିଖା (କଟକ) ୫/୧୧/୨୦୨୦ : ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଇତିମଧ୍ୟରେ ୪ମାସରୁ ଅଧିକ ସମୟ ବିତିଗଲାଣି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇପାରିଲାନାହିଁ । ପ୍ରଥମେ ଜିଆର୍ପି , ପରେ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଗଲା । କିନ୍ତୁ ସୁଫଳ ମିଳିନାନାହିଁ । ବରଂ ତଦନ୍ତ ସିଥିଳ ପଡିଯାଇଥିବା ଅନେକ ଅଭିଯୋଗ କରିଛନ୍ତି । ସେପଟେ ଆଦିତ୍ୟ ଦାଶଙ୍କ ରହସ୍ୟମୟ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରି ତାଙ୍କ ବାପା ନନ୍ଦି କିଶୋର ଦାଶ, ମା’ ପଦ୍ମାଳୟା ଦାଶ ଏବଂ ସ୍ତ୍ରୀ ବିଦ୍ୟାଶ୍ରୀ ସାହୁଙ୍କ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ତେବେ ରୁଜୁ ମାମଲାରେ ହାଇକୋର୍ଟ କ୍ରାଇମ୍ବ୍ରାଞ୍ଚ୍କୁ ଏହାର ତଦନ୍ତ ସ୍ଥିତି ସଂକ୍ରାନ୍ତ ରିପୋର୍ଟ ଦାଖଲ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ।
କ୍ରାଇମ୍ବ୍ରାଞ୍ଚ୍ ଘଟଣାର ତଦନ୍ତ କରୁଥିଲେ ମଧ୍ୟ ରହସ୍ୟ ପଦାକୁ ଆସିପାରି ନାହିଁ । ଯାହାଫଳରେ ପରିବାର ଲୋକେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ସିବିଆଇ ତଦନ୍ତ ପ୍ରାର୍ଥନା କରିଥିଲେ । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ ।