ସତ୍ୟଶିଖା(ଭୁବନେଶ୍ୱର) ୦୫.୦୬.୨୦୨୧: ମୁମ୍ବାଇ : ବଲିଉଡ ଅଭିନେତ୍ରୀ ୟାମୀ ଗୌତମ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଉଭୟ ପରିବାର ଲୋକଙ୍କ ଉପସ୍ଥିତରେ ଫିଲ୍ମ ‘ଉରୀ’ର ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ବିବାହ କରିଛନ୍ତି ୟାମୀ। ବିବାହର ଫଟୋ ସେୟାର କରି ୟାମୀ ଲେଖିଛନ୍ତି ପରିବାରର ଆଶୀର୍ବାଦରେ ଆମେ ଆଜି ବିବାହ କରିଛୁ। ବିବାହରେ କେବଳ ପରିବାର ସଦସ୍ୟ ସାମିଲ ହୋଇଥିଲେ। ୟାମୀଙ୍କ ଅଚାନକ ବିବାହ ଖବର ଶୁଣି ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବାହାଘର ଫଟୋ ସେୟାର କରି ପ୍ରଶଂସକଙ୍କୁ ସେ ସରପ୍ରାଇଜ ଦେଇଥିବା ବେଳେ ୟାମୀ-ଆଦିତ୍ୟଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟି ଶୁଭେଚ୍ଛା ଜଣାଇଛନ୍ତି।