ଦେଶମନୋରଞ୍ଜନସିନେମା

ସୁପର ଡାନ୍‌ସର ଚ୍ୟାପଟର ୪କୁ ଫେରିଲେ ଅଭିନେତ୍ରୀ ଶିଳ୍ପା

ସତ୍ୟଶିଖା(ନୂଆଦିଲ୍ଲୀ ) ୧୯.୦୮ .୨୦୨୧: ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଅଶ୍ଳିଳ ଭିଡିଓ ମାମଲାରେ ଫସିବା ପରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କୁନ୍ଦ୍ରା ରିୟଲିଟି ଟିବି ସୋ ସୁପର ଡାନ୍ସରରୁ ଦୂରତା ବଢାଇ ଦେଇଥିଲେ । ଶିଲ୍ପା ଏହି ମାମଲା ପରେ ସୋ ର ସୁଟିଂକୁ ଯାଉନଥିଲେ । ସୋ ରେ ଶିଳ୍ପା ସେଟ୍‌ଟୀଙ୍କ ସହିତ କୋ ଜଜ କରୁଥିବା ଅନୁରାଗ ବାସୁ କହିଥିଲେ ଯେ, ସମସ୍ତେ ସେଟରେ ଅଭିନେତ୍ରୀଙ୍କୁ ମିସ କରୁଛନ୍ତି ।
ତେବେ ଶିଳ୍ପା ସେଟ୍ଟୀ କୁନ୍ଦ୍ରା ପରିବାରକୁ ପ୍ରାଥମିକତା ଦେଇଥିଲେ ଓ ଏମିତି ପରିସ୍ଥିତିରେ ଷ୍ଟ୍ରଙ୍ଗ ପିଲର ଭଳି ପରିବାର ସହ ରହିଲେ । ଏବେ ଲମ୍ବା ସମୟ ପରେ ଶିଳ୍ପା ସେଟ୍ଟୀ କୁନ୍ଦ୍ରା ରିୟଲିଟି ଟିବି ସୋ ସୁପର ଡାନ୍‌ସର ଚ୍ୟାପଟର ୪କୁ ଫେରିଛନ୍ତି । ପୂର୍ବଭଳି ସେ କଲରଫୁଲ ସାଢି ପିନ୍ଧିଥିଲେ । ଗାଡିରୁ ଓହ୍ଲାଇ ସେ ସିଧା ସେଟ ଆଡକୁ ହିଁ ଯାଇଥିଲେ । ତାଙ୍କ ମୁହଁରେ ସେ ହସ ନଥିଲା । ଉଦାସ ଲାଗୁଥିଲେ ଶିଳ୍ପା । ପୂର୍ବଭଳି ଉତ୍ସାହ ନଥିଲା ତାଙ୍କ ମନରେ ।

Show More
Back to top button