୪୫୦ ବର୍ଷ ପୁରୁଣା ପ୍ୟାଲେସରେ ବିବାହ କରିବେ ଅଭିନେତ୍ରୀ ହଂସିକା

ସତ୍ୟଶିଖା(ମୁମ୍ଵାଇ )୧୮.୧୦.୨୦୨୨: ନିକଟରେ ବଲିଉଡ୍ ଷ୍ଟାର ରିଚା ଚଢା ଏବଂ ଅଲି ଫେଜଲ ବିବାହ କରିଥିଲେ। ଏବେ ପୁଣି ଏହି ତାଲିକାରେ ଆଉ ଜଣେ ଅଭିନେତ୍ରୀଙ୍କ ନାମ ସାମିଲ୍ ହୋଇଛି । ବର୍ତ୍ତମାନ ତାଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ଛୋଟ ପରଦାରୁ ବଡ ପରଦାରେ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ହଂସିକା ମୋଟୱାନି ଖୁବ୍ ଶୀଘ୍ର ହାତ ଦି ହାତ ହେବାକୁ ଯାଉଛନ୍ତି। ଏବେ ସେ ପ୍ରକାରର ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ଏହା ପାଇଁ ସ୍ଥାନ ମଧ୍ୟ ସ୍ଥିର କରିଥିବାର କୁହାଯାଉଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ହଂସିକା ଚଳିତ ବର୍ଷ ଡିସେମ୍ବରରେ ରାଜକୀୟ ତଥା ରୟାଲ୍ ଶୈଳୀରେ ବିବାହ କରିବାକୁ ଯାଉଛନ୍ତି। ଏହି ଅଭିନେତ୍ରୀ ନିଜ ବିବାହ ପାଇଁ ରାଜସ୍ଥାନର ଜୟପୁରରେ ଅବସ୍ଥିତ ୪୫୦ ବର୍ଷ ଦୁର୍ଗକୁ ବାଛିଛନ୍ତି। ଏହି ଦୁର୍ଗରେ ହଂସିକାଙ୍କ ବିବାହର ସମସ୍ତ ରୀତିନୀତି ଅନୁଷ୍ଠିତ ହେବ। ହେଲେ ଅଭିନେତ୍ରୀ ଏପର୍ଯ୍ୟନ୍ତ ତାଙ୍କ ବିବାହକୁ ନିଶ୍ଚିତ କରିନାହାଁନ୍ତି। ଏପର୍ଯ୍ୟନ୍ତ ବରକୁ ନେଇ ସସ୍ପେନ୍ସ ମଧ୍ୟ ରହିଛି। କିନ୍ତୁ ଶୁଣିବାକୁ ମିଳିଛି ଅଭିନେତ୍ରୀ ଜଣେ ପଲିଟିସିଆନଙ୍କ ପୁଅ ତଥା ବ୍ୟବସାୟୀଙ୍କୁ ବିବାହ କରୁଛନ୍ତି।

Exit mobile version