

ସତ୍ୟଶିଖା ୮.୦୯.୨୦୨୦: ବର୍ଷାଙ୍କୁ ମିଳିଲା ପୁଲିସ ସୁରକ୍ଷା । ଅନୁଭବଙ୍କ ଘରେ ବର୍ଷାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଜଣେ ପୁଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ମାଗିଥିଲେ ବର୍ଷା । ଏନେଇ ପୁରୀଘାଟ ଥାନାରେ ତାଙ୍କ ଓକିଲଙ୍କ ପକ୍ଷରୁ ଆବେଦନ କରାଯାଇଥିଲା । ଗତକାଲି ବର୍ଷାଙ୍କୁ ଖାଇବାକୁ ଦେବା ସମୟରେ ଅନୁଭବଙ୍କ ୨ ସହଯୋଗୀ, ବର୍ଷାଙ୍କ ଅନିଚ୍ଛା ସତ୍ୱେ ମୋବାଇଲରେ ଭିଡିଓ ସୁଟ କରିଥିଲେ । ଏହାକୁ ନେଇ ପୁଲିସର ସହାୟତା ଲୋଡିଥିଲେ ବର୍ଷା l
ଅଭିଯୋଗ ପାଇବା ପରେ ପୁଲିସ ଅଧିକାରୀ ଅନୁଭବଙ୍କ ବାସଭବନରେ ପୋଲିସ ପହଁଚି ଘଟଣା ନେଇ ବର୍ଷାଙ୍କ ସହ ଆଲୋଚନା କରିଥିଲେ । ଏହି ଘଟଣା ପରେ ଓଲିଉଡ୍ ଷ୍ଟାର ଦମ୍ପତି ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ଅନୁଭବ ମହାନ୍ତିଙ୍କ ଦାଂପତ୍ୟ ଜୀବନରେ ଉଠିଥିବା ଝଡ ଏକ ନୂଆ ମୋଡ ନେଇଛି ।