

ସତ୍ୟଶିଖା (ମୁମ୍ବାଇ)୦୫.୦୩.୨୦୨୧: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ସଂପୃକ୍ତି ନେଇ ଯାଂଚ କରୁଥିବା ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ ମୁମ୍ବାଇର ଏନଡିପିଏସ୍ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛନ୍ତି । ଏନସିବି ଦାଖଲ କରିଥିବା ଏହି ୩୦ ହଜାର ପୃଷ୍ଟାର ଚାର୍ଜସିଟରେ ଦୀପିକା ପାଦୁକୋନ, ସାରାଅଲ୍ଲି ଖାନ୍ ଓ ଶ୍ରଦ୍ଧା କପୁରଙ୍କ ବୟାନ ବି ଯୋଡା ହୋଇଛି । ଚାର୍ଜସିଟରେ ୫ ଜଣ ଅଭିଯୁକ୍ତ ଫେରାର୍ ଥିବା କଥା ବି କୁହାଯାଇଛି । ଏହାସହ ଚାର୍ଜସିଟ୍ ମୁତାବକ ରିୟା ଚକ୍ରବର୍ତ୍ତି ଓ ତାଙ୍କ ଭାଇ ସୌଭିକଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ନେଇଛି ଏନସିବି । ଜବତ୍ ହୋଇଥିବା ଡ୍ରଗ୍ସ, ଇଲେକ୍ଟ୍ରୋନିକ୍ସ ଉପକରଣ ରିପୋର୍ଟ, ଫୋରେନସିକ୍ ରିପୋର୍ଟ, ସାକ୍ଷୀଙ୍କ ବୟାନ ଆଧାରରେ ଏହି ଚାର୍ଜସିଟ୍ ପ୍ରସ୍ତୁତ କରାଯାଇଛି । ଚାର୍ଜସିଟ୍ ସହ ୫୦ ହଜାର ପୃଷ୍ଟାର ଡିଜିଟାଲ ପ୍ରମାଣ ବି ଯୋଡା ଯାଇଛି । ଚାର୍ଜସିଟ୍ରେ ପାଖା ପାଖି ୨୦୦ ସାକ୍ଷୀଙ୍କ ବୟାନ ରହିଛି ।