

ସତ୍ୟଶିଖା(ଭୁବନେଶ୍ୱର ) ୧୦.୦୧.୨୦୨୨ : ପଞ୍ଚାୟତ ନିର୍ବାଚନ ନେଇ ସର୍ବଦଳୀୟ ବୈଠକ ପରେ ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପାଢୀ ସୁଚନା ଦେଇଛନ୍ତି ଯେ “ନିର୍ବାଚନ ପରିଚାଳନା ନେଇ ସବୁ ଦଳଙ୍କ ସହ ଆଲୋଚନା ହୋଇଛି ।
କୋଭିଡ଼୍ ସମୟରେ ନିର୍ବାଚନ ନେଇ ଭିନ୍ନ ଭିନ୍ନ ଦଳମାନେ ନିଜ ନିଜ ମତ ରଖିଲେ । କିପରି ଭାବେ ଏହାକୁ ଦାୟିତ୍ୱ ସହ ପରିଚାଳନା କରି ହେବ ସେ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।
ପୁର୍ବରୁ ନିର୍ବାଚନ ନେଇ କେନ୍ଦ୍ର ନିର୍ବାଚନ କମିଶନ ଗାଇଡଲାଇନ୍ ପ୍ରସ୍ତୁତ କରିଛନ୍ତି । ସେହିପରି ସିଏଫସିଙ୍କ ଗାଇଡ଼ଲାଇନ୍ ଆଧାରରେ ଆମେ ଗାଇଡ଼ଲାଇନ୍ ପ୍ରସ୍ତୁତ କରିବାକୁ ମଧ୍ୟ କହିଛନ୍ତି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପାଢୀ ।
ଖୁବ୍ ଶୀଘ୍ର ଏହି ଗାଇନ୍ ଲାଇନ୍ ଜାରି ମଧ୍ୟ କରାଯିବ । କିନ୍ତୁ ଅନ୍ୟ ପଟେ ବଡ଼ ପ୍ରଶ୍ନ ଊଠିଛି ଯେ ଏହି ନିର୍ବାଚନ ୩ ମାସ ସ୍ଥଗିତ ରଖିବା ପାଇଁ ବିରୋଧୀ ଦଳ ଦାବି କରିଛନ୍ତି ଏବଂ ଭାରତୀୟ ବିକାଶ ପରିଷଦ ଏହି ନିର୍ବାଚନ ସ୍ଥଗିତ ପାଇଁ ହାଇକୋର୍ଟରେ ମଧ୍ୟ ମାମଲା ଦାୟର କରିଛି ।