ସତ୍ୟଶିଖା (ବଳରାମପୁର) ୦୧/୧୦/୨୦୨୦ : ୟୁପି ହାଥରସ ଘଟଣା ପରେ ବଳରାମପୁରରେ ଜଣେ ୨୨ ବର୍ଷ ବୟସ୍କା ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । ହସ୍ପିଟାଲକୁ ନେବବେଳେ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ଘଟଣାଟି ମଙ୍ଗଳବାର ଦିନ ବଳରାମପୁର କୋତବାଲି ଗୈସଡି ଅଞ୍ଚଳରେ ଘଟିଥିଲା । ପୀଡିତାଙ୍କ ମାଙ୍କ ସୂଚନା ଅନୁସାରେ ଅଭିଯୁକ୍ତମାନେ ତାଙ୍କ ଝିଅର ଅଣ୍ଟା ଏବଂ ଗୋଡ ଭାଙ୍ଗି ଦେଇଥିଲେ । ସେ ଠିଆ ହୋଇପାରୁନଥିଲେ ।
ହାଥରସ ପରେ ବଳରାମପୁରରେ ଗଣଦୁଷ୍କର୍ମ ପୀଡିତା ଛାତ୍ରୀଙ୍କ ମୃତ୍ୟୁ l
