ସତ୍ୟଶିଖା (ହାଥରସ) ୧୪/୧୦/୨୦୨୦ : ହାଥରସ ଗଣଦୁଷ୍କର୍ମ ମାମଲା ଦେଶବ୍ୟାପି ଉତ୍ତେଜନା ସୃଷ୍ଟି କରିଛି । ଏ ଯାଏଁ ମାମଲା ଥମି ନ ଥିବା ବେଳେ ପୁଣି ଏକ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ଏହି ଜିଲ୍ଲାର ଗୋଟିଏ ଗାଁର ୪ ବର୍ଷ ଶିଶୁକୁ ଦୁଷ୍କର୍ମ କରାଯାଇଛି । ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି । ପିଲାଟି ଘର ବାହାରେ ଖେଳୁ ଥିଲା । ସେହି ସମୟରେ ଗାଁର ଏକ ଯୁବକ ଅରବିନ୍ଦ ପିଲାଟିକୁ ଚକୋଲେଟ୍ ଦେବା ଆଳରେ ତାକୁ ନିଜ ସହ ଘରକୁ ନେଇ ତା ସହ ଦୁଷ୍କର୍ମ କରିଛି ।
କିଛି ସମୟ ପରେ ପିଲାଟି ଯେତେବେଳେ କାନ୍ଦି କାନ୍ଦି ଘରେ ପହଞ୍ଚିଲା ପରିବାର ଲୋକ ସନ୍ଦେହ କଲେ । ପିଲାଟିକୁ ପଚରାଉଚରା କରିବାରୁ ଘଟଣା ସମ୍ପର୍କରେ ଅବଗତ ହେଲେ ପରିବାରବର୍ଗ । ଏବେ ପିଲାଟି ହସପିଟାଲରେ ଚିକିତ୍ସିତ ହେଉଛି । ଏହା ପରେ ଘଟଣା ସମ୍ପର୍କରେ ପୋଲିସକୁ ଅବଗତ କରାଗଲା । ଏହାରି ଭିତରେ ଘଟଣାକୁ ନେଇ ସ୍ବାସ୍ଥ୍ୟ କେନ୍ଦ୍ର ବାହାରେ ବହୁ ସଂଖ୍ୟକ ଗାଁ ଲୋକଙ୍କ ଭିଡ଼ ଲାଗିଛି । ଜିଲ୍ଲାଧିକାରୀ ଘଟଣାସ୍ଥଳରେ ପହଞ୍ଚି ଗାଁ ଲୋକ ଓ ପରିବାର ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରିଛନ୍ତି । ତେବେ ଘର ଲୋକଙ୍କ ଦାବି ଗାଁର ଜଣେ ଯୁବକ ହିଁ ପିଲାଟି ସହ ଏଭଳି ଘଟଣା ଘଟାଇଛି ।