ଅପରାଧଟିଭିଦେଶନ୍ୟୁଜ୍ବିଦେଶମନୋରଞ୍ଜନ

ହିନ୍ଦୁ ଦେବାଦେବୀଙ୍କୁ ଅପମାନ କରିଥିବା ଆରୋପ: ରିହାନା

ସତ୍ୟଶିଖା (ନୂଆଦିଲ୍ଲୀ) ୧୬/୦୨/୧୦୨୧ : ରାଜଧାନୀ ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନର ସମର୍ଥନରେ ଟ୍ୱିଟ୍ କରି ଚର୍ଚ୍ଚାକୁ ଆସିଥିବା ଅନ୍ତରାଷ୍ଟ୍ରୀୟ ପପ୍ ଷ୍ଟାର୍ ରିହାନା ପୁଣିଥରେ ବିବାଦ ଘେରରେ । ତାଙ୍କ ବିରୋଧରେ ହିନ୍ଦୁ ଦେବାଦେବୀଙ୍କୁ ଅପମାନ କରିଥିବା ଅଭିଯୋଗ ହୋଇଛି । ରିହାନା ଟ୍ୱିଟରରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଏହି ଫଟୋରେ ସେ ଟପ ଲେସ ନଜର ଆସିଛନ୍ତି । ଫଟୋ ସେ ଗଣେଶ ଭଗବାନଙ୍କ ଏକ ନେକଲେସ ପିନ୍ଧିଛନ୍ତି । ଟ୍ୱିଟରରେ ଏହି ଫଟୋ ପୋଷ୍ଟ ହେବାପରେ ରିହାନାଙ୍କ ବିରୋଧରେ ହିନ୍ଦୁ ଦେବାଦେବୀଙ୍କୁ ଅପମାନ କରୁଥିବା ଅଭିଯୋଗ ହୋଇଛି । ଏହି ଫଟୋରେ ରିହାନା ବାଇଗଣୀ ରଙ୍ଗର ବଟମ ପିନ୍ଧିଛନ୍ତି । ଏହାସହ ସେ ବାଇଗଣୀ ରଙ୍ଗର ଗଣେଶ ଭଗବାନଙ୍କ ଏକ ନେକଲେସ ପିନ୍ଧିଛନ୍ତି ।

ଟ୍ୱିଟରରେ ଏହି ଫଟୋ ସେୟାର ହେବାପରେ ରିହାନାଙ୍କ ପ୍ରତି ଲୋକଙ୍କ କ୍ରୋଧ ପ୍ରକଟ ହୋଇଛି । ରିହାନାଙ୍କ ଭାରତୀୟ ପ୍ରଶଂସକ ମଧ୍ୟ ତାଙ୍କର ଏହି କାମ ପାଇଁ ତାଙ୍କ ଉପରେ କ୍ରୋଧ ଜାହିର କରିଛନ୍ତି । ସୂଚନା ଅନୁଯାୟୀ, ରିହାନା ଅନ୍ତବସ୍ତ୍ର କମ୍ପାନୀ savage x fenty ପାଇଁ ଏହି ଫଟୋଶୁଟ କରିଥିଲେ । ଜଣେ ୟୁଜର ଲେଖିଛନ୍ତି, ରିହାନା ମୋ ଧର୍ମକୁ ସୌନ୍ଦର୍ଯ୍ୟ ବସ୍ତୁ ଭାବେ ବ୍ୟବହାର କରନ୍ତୁନି । ଚେନରେ ଗଣେଶ ଭଗବାନଙ୍କ ଲକେଟ ଅଛି ଯାହା ଆମ ପାଇଁ ପବିତ୍ର ।

ମାମଲାରେ ବିଜେପି ମଧ୍ୟ ପ୍ରତିକ୍ରିୟା ରଖିଛି । ବିଜେପି ନେତା ରାମ କଦମ ଲେଖିଛନ୍ତି, ଏହା ଦେଖିବା ଭୟାବହ । ରିହାନା ଆମ ଭଗବାନଙ୍କୁ ଅପମାନ କରିଛନ୍ତି । ଏଥିରୁ ସ୍ପଷ୍ଟ ଯେ ରିହାନାଙ୍କ ମନରେ ଭାରତୀୟ ସଂସ୍କୃତି, ପରମ୍ପରା ଓ ଭାରତର ବିଭିନ୍ନ ପ୍ରସଙ୍ଗକୁ ନେଇ କିଛି ସମ୍ମାନ ନାହିଁ । ଏବେ ରାହୁଲ ଗାନ୍ଧୀ ଓ ଅନ୍ୟ କଂଗ୍ରେସ ନେତା ଭାରତର ଛବି କରିବାରେ ତାଙ୍କୁ ସାହାଯ୍ୟ ନ କରନ୍ତୁ ବୋଲି ଆମେ ଆଶା କରୁଛି । ସେ ପ୍ରଶ୍ନ କରିଛନ୍ତି ଏହି ଘଟଣାକୁ ନେଇ କଂଗ୍ରେସ ସମାଲୋଚନା କରିବ କି ? ନା ଆସନ ଭଗବାନଙ୍କ ଠାରୁ ବଡ ?

Show More
Back to top button