ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ଇଣ୍ଡିଆ ଟୁଡେ ସର୍ଭେରେ ନିଜ ରାଜ୍ୟରେ ପସନ୍ଦର ମୁଖ୍ୟମନ୍ତ୍ରୀ ଭାବେ ନବୀନ ନମ୍ବର-୧

ସତ୍ୟଶିଖା(ଭୁବନେଶ୍ୱର ) ୨୧.୦୧.୨୦୨୨ : ପୁଣିଥରେ ନବୀନ ନେତା ନମ୍ବର ୱାନ୍ । ଇଣ୍ଡିଆ ଟୁଡେ ସର୍ଭେ ରିପୋର୍ଟରେ ନିଜ ରାଜ୍ୟରେ ନବୀନ ପଟ୍ଟନାୟକ ସବୁଠାରୁ ଅଧିକ ପସନ୍ଦର ମୁଖ୍ୟମନ୍ତ୍ରୀ । ଜାତୀୟ ଗଣମାଧ୍ୟମ କରିଥିବା ସର୍ଭେ ଅନୁସାରେ ନବୀନ ସରକାରଙ୍କୁ ପସନ୍ଦ କରିଛନ୍ତି ସର୍ବାଧିକ ୭୧ ଦଶମିକ ୧ ପ୍ରତିଶତ ଲୋକ । ଅର୍ଥାତ ସରକାରଙ୍କ ଲୋକାଭିମୁଖୀ ପଦକ୍ଷେପ ଓ ପ୍ରଶାସନର କାର୍ଯ୍ୟଶୈଳୀରେ ଲୋକେ ସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ଏହି କ୍ରମରେ ଦ୍ୱିତୀୟରେ ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନୀର୍ଜୀ ଓ ତୃତୀୟରେ ଅଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ମେକେ ଷ୍ଟାଲିନ । ମମତାଙ୍କୁ ୬୯ ଦଶମିକ ୯ ପ୍ରତିଶତ ଲୋକ ପସନ୍ଦ କରିଥିବା ବେଳେ ଷ୍ଟାଲିନଙ୍କୁ ପସନ୍ଦ କରିଛନ୍ତି ୬୭ ଦଶମିକ ୫ ପ୍ରତିଶତ ଲୋକ ।

ବଡକଥା ହେଉଛି ଦେଶରେ ପସନ୍ଦର ମୁଖ୍ୟମନ୍ତୀ ତାଲିକାରେ ୯ଜଣ ମୁଖ୍ୟମନ୍ତ୍ରୀଙ୍କୁ ୪୦ ପ୍ରତିଶତରୁ ଅଧିକ ଲୋକ ପସନ୍ଦ କରିଛନ୍ତି । ଗତବର୍ଷ ଜାନୁଆରୀରେ ଇଣ୍ଡିଆ ଟୁଡେ କରିଥିବା ସର୍ଭେରେ ମଧ୍ୟ ନବୀନ ପଟ୍ଟନାୟକଙ୍କୁ ପସନ୍ଦ କରିଥିଲେ ସର୍ବାଧିକ ଲୋକ । ସେତେବେଳେ ୫୧ ପ୍ରତିଶତ ଲୋକ ନବୀନ ସରକାରଙ୍କୁ ପସନ୍ଦ କରିଥିବାବେଳେ ଚଳିତବର୍ଷ ଏହା ୭୧ ପ୍ରତିଶତକୁ ବଢିଛି । ତେବେ ଆସନ୍ତା ମାସରେ ନିର୍ବାଚନକୁ ସାମ୍ନା କରିବାକୁ ଯାଉଥିବା ଉତର ପ୍ରଦେଶରେ ଯୋଗୀ ସରକାରଙ୍କୁ ପସନ୍ଦ କରିଛନ୍ତି ୪୯ ପ୍ରତିଶତ ଲୋକ । ଅର୍ଥାତ ୩୪ ପ୍ରତିଶତ ଲୋକ ସରକାରଙ୍କୁ ନାପସନ୍ଦ କରିଛନ୍ତି । ଏବଂ ୧୭ ପ୍ରତିଶତ ଲୋକ ଯୋଗୀଙ୍କ କାର୍ଯ୍ୟକୁ ଚଳନୀୟ ବୋଲି କହିଛନ୍ତି ।

Show More
Back to top button