ଦୁର୍ଘଟଣାନ୍ୟୁଜ୍ରାଜ୍ୟ

ତପ୍ତପାଣି ଘାଟିରେ ଦୁର୍ଘଟଣା: ଗଛରେ ପିଟିଲା କାର୍‌; ୩ ଗୁରୁତର

ସତ୍ୟଶିଖା(ସାନଖେମୁଣ୍ଡି) ୧୨.୧୧.୨୦୨୧:  ତପ୍ତପାଣି ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଭାରସାମ୍ୟ ହରାଇ ଗଛରେ କାର ପିଟି ହୋଇଛି । ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, କିଛି ବ୍ୟକ୍ତି କାରରେ ବ୍ରହ୍ମପୁରରୁ ଉଦୟଗିରି ଯାଉଥିଲେ । ହେଲେ ପାଟପୁର ଥାନା ତପ୍ତପାଣି ଘାଟି ମୃଗ ବିହାର ନିକଟରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି । କାରଟି ଭାରସାମ୍ୟ ହରାଇ ଗଠରେ ପିଟି ହୋଇଯାଇଛି ।

ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଏହି ଅଘଟଣ ଘଟିଥିବା କୁହାଯାଉଛି । ଏଥିରେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁୁ ଦିଗପହଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପାଟପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Show More
Back to top button