ସତ୍ୟଶିଖା (କାବୁଲ) ୧୪/୧୦/୨୦୨୦ : ଭୟାନକ ବିମାନ ଦୁର୍ଘଟଣା । ମଙ୍ଗଳବାର ଦିନ ଆଫଗାନିସ୍ତାନରେ ବାୟୁସେନାର ୨ଟି ହେଲିକପ୍ଟର ମଧ୍ୟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୧୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ସେହିପରି କିଛି ସୈନିକ ଆହତ ହୋଇଥିବା ମଧ୍ୟ ଖବର ରହିଛି । କିନ୍ତୁ କେତେ ଜଣ ଆହତ ହୋଇଛନ୍ତି, ସେନେଇ କିଛି ସ୍ପଷ୍ଟ ସୂଚନା ନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ଆଫଗାନିସ୍ତାନ ପ୍ରତିରକ୍ଷା ବିଭାଗ ତରଫରୁ ଦୁର୍ଘଟଣା ନେଇ କୌଣସି ପ୍ରତିକ୍ରିୟା ଆସିନାହିଁ। ସ୍ଥାନୀୟ ଅଧିକାରୀ ଦୁର୍ଘଟଣା ନେଇ ସୂଚନା ଦେଇଛନ୍ତି । କିନ୍ତୁ ଦୁର୍ଘଟଣା ନେଇ କୌଣସି ଭାବେ ବିସ୍ତୃତ ତଥ୍ୟ ଦେଇନାହାନ୍ତି ।