ରବିବାର ରାଶିଫଳ,ଆସନ୍ତୁ ଜାଣନ୍ତୁ କିପରି କଟିବ ଆପଣଙ୍କ ଆଜିର ଦିନ l


ସତ୍ୟଶିଖା ୨୬.୦୭.୨୦୨୦ :
ମେଷ – ଦାମୀନୀ ଯୋଗ ପ୍ରଭାବରୁ ଦୀର୍ଘ ଦିନରୁ ଆଶା କରିଥିବା ମୂଲ୍ୟବାନ ଦ୍ରବ୍ୟଟି ବନ୍ଧୁଙ୍କ ଜରିଆରେ ପାଇପାରନ୍ତି । ପାରିବାରିକ ସମସ୍ୟା ସଜାଡିବାରେ ବ୍ୟସ୍ତ ରହିପପାରନ୍ତି । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୨ ।
ବୃଷ – କ୍ଷେତ୍ରସିଂହାସନ ଯୋଗ ପ୍ରଭାବରେ କର୍ମକ୍ଷେତ୍ରରେ ନିଜର ପ୍ରାଧାନ୍ୟ ବୃଦ୍ଧି ପାଇବ । ନିଜ ସମ୍ପର୍କୀୟ ବନ୍ଧୁ ମାନଙ୍କ ସହାୟତା ଲାଭ କରି କାର୍ଯ୍ୟ ହାସଲ କରିବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୬ ।
ମିଥୁନ – ମୁଖ ଭାବରେ ସୂର୍ଯ୍ୟଙ୍କ ସ୍ଥିତି ପ୍ରତିଦ୍ୱନ୍ଦ୍ୱିତାକୁ ପ୍ରତିହତ କରିବାରେ ସମର୍ଥ ହେବ । ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଥିଲେ ମଧ୍ୟ ପାରିବାରିକ କ୍ଷେତ୍ର ବୁଝାମଣାରେ ଶୃଙ୍ଖଳିତ ରହିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।
ର୍କକଟ – ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ମାନସିକ ଅସ୍ଥିରତା କାରଣରୁ ବିଶୃଙ୍ଖଳା ଘଟିପାରେ । ସଭାସମିତି କିମ୍ବା ଅଫିସ୍ କାମରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ ।
ସିଂହ – ସେପରି କିଛି ବଡ ଧରଣର ଅସୁବିଧା ନ ହେଲେ ମଧ୍ୟ ମନ ଅସ୍ଥିର ରହିବ । କେତେକ କ୍ଷେତ୍ରରେ ପୂର୍ବାଫାଲଗୁନୀ ପାଇଁ ଆତ୍ମୀୟମାନେ ଆବଶ୍ୟକୀୟ ସହ-ଯୋଗ କରିବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୫ ।
କନ୍ୟା – ଦୀର୍ଘ ଦିନର ଅପୂରଣୀୟ ଆଶା ମନକୁ ବାରମ୍ବାର ଆଲୋଚନା କରି ଆଶାନ୍ତି ସୃଷ୍ଟି କରିପାରେ । କୃତ୍ତକା ନକ୍ଷତ୍ରସ୍ଥ ଚନ୍ଦ୍ର ପ୍ରଭାବରେ ଅବହେଳା ଯୋଗୁ କେତେକ କାର୍ଯ୍ୟ ଅଟକି ଯିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୯ ।
ତୁଳା – ବୁଧ ନକ୍ଷତ୍ରସ୍ଥ ମଙ୍ଗଳ ଯୋଗୁ ପରିସ୍ଥିତିବଶତଃ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡିପାରେ । ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୪ ।
ବିଛା – ଆଜି ଭାଗ୍ୟାଧିପ କେନ୍ଦ୍ରସ୍ଥ ଯୋଗୁ ଯେଉଁ କାମରେ ହାତ ଦେଲେ ମଧ୍ୟ ସଫଳତା ଅବଶ୍ୟମ୍ଭାବୀ । ଆଲୋଚନା କାଳରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେଇପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।
ଧନୁ – ଶନିଙ୍କ ପ୍ରଭାବରୁ ପ୍ରତ୍ୟେକ କଥାକୁ ଜାଣିଶୁଣି ନୀରବତା ଅବଲମ୍ବନରୁ ଉତ୍ସିତ ହୋଇପାରନ୍ତି । ବହୁ ଦିନରୁ ଚିନ୍ତା କରିଥିବା ଯୋଜନାଟିକୁ କାର୍ଯ୍ୟକାରୀ କରିବାରେ ପ୍ରତିବନ୍ଧକ ଦୂରେଇ ଯିବ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୩ ।
ମକର – କର୍ମାଧିପ କୋଣଭାବସ୍ଥ ସ୍ୱଗୃହୀ ଯୋଗୁଁ ଆଜି କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ । ଆଶାତୀତ ସଫଳତା ହାସଲ କରିବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୮ ।
କୁମ୍ଭ – ବଳବାନ୍ ଚତୁର୍ଥାଧିପତିଙ୍କ ଯୋଗୁ ପାରିବାରିକ ଓ କର୍ମକ୍ଷେତ୍ରରେ ସହଜରେ କାମ ହାସଲ କରିବେ । ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୪ ।
ମୀନ – ପାପଗ୍ରହଯୁକ୍ତ ବୁଧଙ୍କ ଯୋଗୁ ପାରିବାରିକ ସମସ୍ୟା ସାମାଧାନର ଚିନ୍ତାକରି ଦୁର୍ଭାବନା ବଢିଚାଲିବ । ଶତ୍ରୁତା ଓ ସ୍ୱାସ୍ଥ୍ୟହାନି ମଧ୍ୟ କର୍ମକ୍ଷେତ୍ରରେ ପ୍ରତିବନ୍ଧକର ବାତାବରଣ ସୃଷ୍ଟି କରିପାରେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୬ ।