ମୁମ୍ବାଇ ବୋମା ବିସ୍ଫୋରଣ ମାମଲା, ୟୁଏଇରୁ ଆବୁ ବକର ଗିରଫ

ସତ୍ୟଶିଖା(ଭୁବନେଶ୍ୱର ) ୦୫.୦୨.୨୦୨୨ : ଭାରତୀୟ ସୁରକ୍ଷା ଏଜେନ୍ସିକୁ ବଡ଼ ସଫଳତା। ମୁମ୍ବାଇ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଆବୁ ବକରକୁ ଗିରଫ କରିଛି ଭାରତୀୟ ସୁରକ୍ଷା ଏଜେନ୍ସି । ୟୁଏଇରୁ ଆବୁ ବକରକୁ ଗିରଫ କରିବାରେ ସଫଳ ହୋଇଛି ସୁରକ୍ଷା ଏଜେନ୍ସି । ସୂଚନା ମୁତାବକ ମୁମ୍ବାଇରେ ହୋଇଥିବା ବଡ଼ ଧରଣର ବୋମା ବିସ୍ଫୋରଣରେ ଆବୁର ହାତଥିଲା । ୧୯୯୩ ମୁମ୍ବାଇ ସିରିଜ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ହେଉଛି ଆବୁ ବକର ।

ଆବୁ ୧୯୯୩ ମସିହାରେ ମୁମ୍ବାଇର ୧୨ଟି ସ୍ଥାନରେ ବୋମା ବିସ୍ଫୋରଣ କରିଥିଲା । ଯେଉଁ ବିସ୍ଫୋରଣରେ ୨୭୫ ଜଣଙ୍କ ମୃତ୍ୟୁ ହେବା ସହ ୭୧୩ ଜଣ ଆହତ ହୋଇଥିଲେ । ସେବେଠାରୁ ଆବୁକୁ ଖୋଜୁଥିଲା ଭାରତୀୟ ସୁରକ୍ଷାକର୍ମୀ । ଆବୁ ବକର ନାଁରେ ରେଡ୍‍ କର୍ଣ୍ଣର ନୋଟିସ ଜାରି କାରିଥିଲା ଭାରତ । ହେଲେ ବର୍ତ୍ତମାନ ଭାରତୀୟ ସୁରକ୍ଷା ଏଜେନ୍ସି ଆବୁକୁ ଧରିବାରେ ସଫଳ ହୋଇଛି । ୟୁଏଇରୁ ଆବୁ ଗିରଫ କରାଯାଇଥିବା ବେଳେ ତାକୁ ଏଜେନ୍ସି ଖୁବଶୀଘ୍ର ଭାରତକୁ ଆଣିବ ବୋଲି ସୂଚନା ଦିଆଯାଇଛି ।

Exit mobile version