ସତ୍ୟଶିଖା ୧୫/୦୧/୨୦୨୧ : ପୁଣି ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଛକୁଣ୍ଡ ଏବଂ ଲମତାପୁଟ ପୋଲିସ ମାଡି ବସିଲା । କୋରାପୁଟ ଜିଲ୍ଲା ମାଛକୁଣ୍ଡ ଆନ୍ଧ୍ର ସୀମାନ୍ତ ବାରଟି ଅଞ୍ଚଳରୁ ବିହାର ଚାଲାଣ ବେଳେ ମାଛକୁଣ୍ଡ ଲମତାପୁଟ ପୋଲିସ ହାତରେ ଧରା ପଡିଛି ବିପୁଳ ପରିମାଣର ଗଞ୍ଜେଇ । ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶକ୍ରମେ କ୍ରମେ ନନ୍ଦପୁର ଏସଡ଼ିପିଓ ନେତୃତ୍ଵରେ ମାଛକୁଣ୍ଡ ପୋଲିସ ପୂର୍ବରୁ ଓଡିଶା ସୀମାରେ ନାକା ବନ୍ଦୀ କରିଥିଲେ ।
ଆନ୍ଧ୍ରା ପଟୁ ଦ୍ରୁତ ଗତିରେ ଆସୁଥିବା ନମ୍ବର ବିହୀନ ବୋଲେରକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲା ପୋଲିସ । କିନ୍ତୁ ବ୍ୟାରିକେଟ ଭାଙ୍ଗି ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ ଗଞ୍ଜେଇ ମଫିଆ । ମାଫିଆ ମାନେ ସେଠାର ପ୍ରାୟ ୨୫ କିଲୋମିଟର ଅତିକ୍ରମ ଲମତାପୁଟ ନିକଟ କନାଗାଁ ଛକ ରେ ନାକା ବନ୍ଦୀ କରି ଜଗି ରହିଥିଲା ଲମତାପୁଟ ପୋଲିସ । ପିଛା କରି ଆସୁଥିବା ମାଛକୁଣ୍ଡ ପୋଲିସ ଏବଂ ଲମତାପୁଟ ପୋଲିସ ଗଡିକୁ ଜବତ କରିବା ସହ ଦୁଇ ଗଞ୍ଜେଇ ମାଫିଆ ଙ୍କୁ କାବୁ କରିବାରେ ସଫଳ ହୋଇଛନ୍ତି ।
ପ୍ରାୟ ଏକ ଘଣ୍ଟା ଧରି ଗଡିକୁ ତନ ତନ କରି ଯାଞ୍ଚ କରିବାରୁ ସ୍ଵତନ୍ତ୍ର ଚାମ୍ବର ରେ ସିଟ ଭିତରେ ସ୍ଵତନ୍ତ୍ର ଚାମ୍ବରରେ ବିପୁଳ ପରିମାଣରେ ଗଞ୍ଜେଇ ଥିବା ଜଣାପଡିଥିଲା । ଗଞ୍ଜେଇ ଚାଲାଣ ବେଳେ ବ୍ୟବହୃତ ହୋଇଥିବା ବୋଲେର ସହ ଦୁଇ ଜଣକୁ ଅଟକ ରଖିଛି ପୋଲିସ । ଏହି ବୋଲେରରେ ପ୍ରାୟ ୧ କ୍ବିଣ୍ଟାଲ ୩୪ କେଜି ଗଞ୍ଜେଇ ଥିବା ଜାଣିବାକୁ ପାଇଛି ପୋଲିସ ଏହାର ମୂଲ୍ୟ ପ୍ରାୟ ୧୪ ଲକ୍ଷ ହେବ ବୋଲି ପୋଲିସ ସୂଚନା ଦେଇଛି । ଅଟକ ଯୁବକ ବିହାର ଛୋଟୁ ରାମ ଏବଂ ଦିଲ୍ଲୀ ର ରାଜିୱା ପାସ୍ଵାନ । ଏମାନେ ବହୁବାର ଏହି ଅଞ୍ଚଳରୁ ଗଞ୍ଜେଇ ନେଇଥିବା ସ୍ଵୀକାର କରିଥିବା ବେଳେ କାହାଠାରୁ ଏହି ଗଞ୍ଜେଇ ନେଉଥିଲେ ତାହା ତଦନ୍ତ କରୁଛି ଅଲିସ ।