ସତ୍ୟଶିଖା (ମୁମ୍ବାଇ) ୦୪/୧୨/୨୦୨୦ : ଟିଭି ଧାରାବାହିକ ‘ତାରକ ମେହତା କା ଉଲଟା ଚଶମା’ର ଲେଖକ ଅଭିଷେକ ମକଓ୍ବାନା ଆତ୍ମହତ୍ୟା କରିଛନ୍ତି । ତାଙ୍କର ଏକ ସୁଇସାଇଡ ନୋଟ୍ ସାମନାକୁ ଆସିଛି । ଅଭିଷେକ ଦୀର୍ଘ ଦିନରୁ ଏହି ଧାରାବାହିକ ପାଇଁ ଲେଖାଲେଖି କରୁଥିଲେ । ପୋଲିସ୍ ଦେଇଥିବା ସୂଚନା ଅନୁଯାୟୀ ଅଭିଷେକ ଆତ୍ମହତ୍ୟା ପୂର୍ବରୁ ଏକ ସୁଇସାଇଡ ନୋଟ୍ ମଧ୍ୟ ଛାଡ଼ି ଯାଇଥିଲେ ଯେଉଁଥିରେ ସେ ଆର୍ଥିକ ସମସ୍ୟା କଥା ଲେଖିଥିଲେ ।
ଅଭିଷେକ ମକଓ୍ବାନା ନଭେମ୍ବର ୨୭ତାରିଖରେ ତାଙ୍କ କାନ୍ଦିବଲି ଘରେ ମୃତ ଅବସ୍ଥାରେ ଉଦ୍ଧାର ହୋଇଥିଲେ । ଏହା ପରେ ପୋଲିସ୍ ଏହି ମାମଲାରେ ଦୁର୍ଘଟଣା ଜନିତ ମାମଲା ରୁଜୁ କରିଥିଲା ।