ଖାଦ୍ୟଜୀବନମନ୍ତ୍ରରୋଷେଇସ୍ୱାସ୍ଥ୍ୟ

ଶୀତଦିନିଆ ସୁପର ଫୁଡ

ସତ୍ୟଶିଖା(ଭୁବନେଶ୍ୱର )୨୨.୧୧.୨୦୨୨: 

ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଶୀତଋତୁରେ ବିଭିନ୍ନ ପ୍ରକାରର ଶାଗ ଖାଇବା ମଧ୍ୟ ଭଲ। ଶରୀରକୁ ଭିତରୁ ଉଷ୍ଣତା ମିଳୁଥିବାର ତଥ୍ୟରୁ ଜଣାପଡ଼ିଛି। ସୋରିଷ ଶାଗକୁ ମଧ୍ୟ ଭୋଜନରେ ସାମିଲ କରନ୍ତୁ। କ୍ୟାଲୋରୀ ଭରପୂର ଶାଗରେ କାର୍ବୋହାଇଡ୍ରେଟ୍, ଫାଇବର୍, ପୋଟାସିୟମ୍, ଭିଟାମିନ୍ ଏ, ସି, ଡି, ବି-୧୨, ମ୍ୟାଗ୍ନେସିୟମ୍, ଲୌହ, କ୍ୟାଲସିୟମ୍ ଥିବା ଏହି ଶାଗ ସ୍ବାସ୍ଥ୍ୟ ପାଇଁ ଖୁବ୍ ହିତକାରୀ। ଆଣ୍ଟି-ଅକ୍ସିଡାଣ୍ଟ ଭରପୂର ସୋରିଷ ଶାଗ ଖାଇଲେ ଶରୀରକୁ ଶକ୍ତି ମିଳେ।

Natural Almonds (Badam), Packing Size: Half Kg at Rs 650/kg in Rourkela |  ID: 19717135888

ସପ୍ତାହକୁ ଅନ୍ତତଃ ୨-୩ଥର ସୋରିଷ ଶାଗ ଖାଇଲେ ଶରୀରରେ କୋଲଷ୍ଟୋରଲ୍ ସ୍ତର ନିୟନ୍ତ୍ରଣ ରହେ।
ହୃଦ୍‌ରୋଗୀରୁ ବର୍ତ୍ତିବାକୁ ଚାହୁଁଥିବା ଲୋକ ନିଜ ଡାଏଟ୍ ତାଲିକାରେ ସୋରିଷ ଶାଗ ସାମିଲ କରିବା ଭଲ ବୋଲି ଖାଦ୍ୟ ବିଶେଷଜ୍ଞଙ୍କ ମତ।

କ୍ୟାଲସିୟମ୍ ଓ ପୋଟାସିୟମ୍ ଭରପୂର ଏହି  ଶାଗ ଖାଇଲେ ହାଡ଼, ଗଣ୍ଠି ମଧ୍ୟ ଶକ୍ତ ହୋଇଥାଏ।

ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଶୀତରେ ଆଣ୍ଠୁଗଣ୍ଠି ସମସ୍ୟା ଥିବା ଲୋକ ନିୟମିତ ସୋରିଷ ଶାଗ ଖାଇଲେ ଉପଶମ ମିଳେ।
ରାତିରେ ଉଷୁମ ଖିର ୧ ଗିଲାସରେ ଚିମୁଟାଏ ହଳଦୀ ମିଶାଇ ପିଇବା ମଧ୍ୟ ଖୁବ୍ ହିତକାରୀ।

Organic White Sesame Seeds at best price INR 60 / Kilogram in Kolkata West  Bengal from Asfara Trading | ID:5957359
ଶୀତଋତୁରେ ଦୈନିକ ସକାଳୁ ଖାଲିପେଟରେ ରସୁଣ ୨ ପାଖୁଡ଼ା ଚୋବାଇ ଖାଆନ୍ତୁ। ଥଣ୍ଡା ସମସ୍ୟାରୁ ଆପଣ ରକ୍ଷା ପାଇପାରିବେ।
– ଭୋଜନ ସମୟରେ ଆପଣ କଞ୍ଚା ପିଆଜ ଖାଇବାର ଅଭ୍ୟାସ କରନ୍ତୁ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ରସୁଣ, ପିଆଜରେ ଥିବା ଏଲିସିନ୍ ତତ୍ତ୍ବ କାରଣରୁ ଆମ ଶରୀରରେ ରକ୍ତ ସଞ୍ଚାଳନ ଭଲଭାବେ ହେଉଥିବା ସହ ଶରୀର ଉଷ୍ଣ  ମଧ୍ୟ ରହେ।
-ଥଣ୍ଡାରୁ ରକ୍ଷା ପାଇବା ନିମନ୍ତେ ନିଜ ଡାଏଟ୍‌ରେ ଅଖରୋଟ୍, ବାଦାମ ଭଜା, ରାଶି ଇତ୍ୟାଦି ସାମିଲ କଲେ ଲାଭ ପାଇପାରିବେ। ସକାଳବେଳା ଚା’ ପିଇବାର ଅଭ୍ୟାସ ଥିଲେ, ସେଥିରେ ୧ଚାମଚ ଅଦାରସ ମିଶାଇ ପିଇବାର ଅଭ୍ୟାସ କରନ୍ତୁ। ଏଇ ଉପାୟରେ ଆପଣଙ୍କ ଶରୀରକୁ ଶକ୍ତି ମିଳିବ ।

Show More
Back to top button