ନ୍ୟୁଜ୍ରାଜ୍ୟ

ବିବାହ ଶୋଭାଯାତ୍ରା ଉପରେ ମାଡିଗଲା ଟ୍ରକ୍‌,ପୁର୍ବତନ ସରପଞ୍ଚ ତଥା ବରର ପିତାଙ୍କ ସମେତ ୪ ମୃତ

ସତ୍ୟଶିଖା(ମାଲକାନଗିରି ) ୨୫.୧୧.୨୦୨୧:  ଏକ ଦୁଖଃଦ ଘଟଣା କ୍ରମେ ଆଜି ମାଲକାନଗିରି ଜିଲ୍ଲାରେ ତିନିଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଆହତ ହୋଇଛନ୍ତି । ଏକ ଦ୍ରୁତ ଗତିରେ ଆସୁଥିବା ଟ୍ରକ ଏକ ବିବାହ ଶୋଭାଯାତ୍ରାରେ ଉପରେ ମାଡିଯିବାରୁ ଏହି ଦୁର୍ଘଟଣା ଘଟିଥିଲା । ପ୍ରାୟ ୬ ଟା ସମୟରେ, ଏକ ବିବାହ ଶୋଭାଯାତ୍ରା ଯାଉଥିଲା । ପଛରୁ ଏକ ଟ୍ରକ୍ ଆସି ପାନ୍ଦିରିପାଣି ନିକଟରେ ବିବାହ ଶୋଭାଯାତ୍ରାର ଅଂଶଗ୍ରହଣକାରୀଙ୍କ ଉପରେ ମାଡିଯାଇଥିଲା । ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ସେମାନଙ୍କ ମଧ୍ୟରେ ବରର ପିତା ତଥା ସ୍ଥାନୀୟ ସରପଞ୍ଚ ଶିବା ଖେମୁଣ୍ଡି ମଧ୍ୟ ଥିଲେ।

ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଅନ୍ୟ ତିନିଜଣଙ୍କୁ ପାନ୍ଦିରିପାଣି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ମାଲକାନଗିରି ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ସେମାନଙ୍କ ଅବସ୍ଥା ଗୁରୁତର ରହିଛି। ସଦ୍ୟତମ ରିପୋର୍ଟ ଅନୁଯାୟୀ, ଚିକିତ୍ସିତ ହେଉଥିବା ବେଳେ ଆହତମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ଟ୍ରକ ଡ୍ରାଇଭରକୁ ଧରିଥିବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିଥିଲା। ଦୁର୍ଘଟଣା ଘଟିବା କାରଣରୁ ଡ୍ରାଇଭ ଏବେ ମାନିଷିକ ଦୁର୍ବଳ ଅବସ୍ଥାରେ ଥିବା ସ୍ଥାନୀୟ ଲୋକ କହିଛନ୍ତି।

ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଯେତେବେଳେ ପାନ୍ଦିରିପାଣି ନିକଟରେ ବିବାହ ଶୋଭାଯାତ୍ରା ଚାଲିଥିଲା, ସେତେବେଳେ ଚାଉଳ ବୋଝେଇ ଦ୍ରୁତ ଗତିରେ ଆସୁଥିବା ଟ୍ରକ ପଛରୁ ଆସି ବିବାହ ଶୋଭାଯାତ୍ରା ଉପରେ ମାଡଯାଇଥିଲା। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ସେମାନଙ୍କୁ ସାହାଯ୍ୟ କରିବାକୁ ଆସିଥିଲେ। କିଛି ଉତ୍ତେଜିତ ସ୍ଥାନୀୟ ଲୋକ ଡ୍ରାଇଭରକୁ ଆକ୍ରମଣ କରିଥିବା ସୂଚନା ମିଳିଛି।

Show More
Back to top button