ଖେଳଦେଶବିଦେଶ

ସୋମବାର ବାଂଲାଦେଶ-ନ୍ୟୁଜିଲାଣ୍ଡ ମଧ୍ୟରେ କଡ଼ା ମୁକାବିଲା l

ସତ୍ୟଶିଖା : ୨୪/୦୨/୨୦୨୫: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ । ସୋମବାର ବାଂଲାଦେଶ-ନ୍ୟୁଜିଲାଣ୍ଡ ମଧ୍ୟରେ କଡ଼ା ମୁକାବିଲା । ରାଓ୍ବଲପିଣ୍ଡିରେ ଖେଳାଯିବ ଏହି ମ୍ୟାଚ୍ । ପ୍ରଥମ ମ୍ୟାଚରେ ପରାସ୍ତ ହୋଇଥିବା ବାଂଲାଦେଶ ପାଇଁ କର ବା ମର ସ୍ଥିତି । ସେପଟେ ଆଜିର ମ୍ୟାଚରେ ବିଜୟୀ ହୋଇ ସେମି ଫାଇନାଲରେ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିଛି କ୍ବିଓ୍ବି ଦଳ । ତେଣୁ ଏହି ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହେବା ବୋଲି ଆଶା କରାଯାଉଛି ।

ନ୍ୟୁଜିଲାଣ୍ଡ ଶ୍ରେଷ୍ଠ ଫର୍ମରେ ରହିଛି । ପ୍ରଥମ ମ୍ୟାଚ୍‌ରେ ଆୟୋଜକ ପାକିସ୍ତାନକୁ ପରାଜିତ କରିଥିଲା । ତେଣୁ ବାଂଲାଦେଶକୁ ମାତ୍ ଦେଇ ଦଳ ସେମି ଫାଇନାଲ ଟିକେଟ୍  ପକ୍କା କରିବାକୁ ଚେଷ୍ଟା କରିବ । ଶେଷ ଥର ଦିନିକିଆରେ ଦୁଇ ଦଳ ୨୦୨୩ରେ ମୁହାଁମୁହିଁ ହୋଇଥିଲେ । ବାଂଲାଦେଶ ୯ ୱିକେଟ୍‌ରେ ବିଜୟୀ ହୋଇଥିଲା । ଏପଟେ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରିଥିଲା ନ୍ୟୁଜିଲାଣ୍ଡ ଟିମ୍ । ଦଳ ପକ୍ଷରୁ ୱିଲ ୟଙ୍ଗ୍‌ ଏବଂ ଟମ୍ ଲାଥମ  ପାକିସ୍ତାନ ବିପକ୍ଷରେ ଶତକ ହାସଲ କରିଥିଲେ । ଫଳରେ ଦଳ ଘରୋଇ ଦଳକୁ ୬୦ ରନ୍‌ରେ  ପରାଜିତ କରିବାରେ ସଫଳ ହୋଇଥିଲା । ଦଳର ବୋଲିଂ ବିଭାଗ ମଧ୍ୟ ସନ୍ତୁଳିତ ରହିଛି । ମ୍ୟାଟ୍‌  ହେନରି, ୱିଲ ଓ’ରାଉର୍କେ ଓ ମିଚେଲ ସାଣ୍ଟନର ଉନ୍ନତ ବୋଲିଂ କରିଥିଲେ । ସେହି ଅନୁସାରେ ବାଂଲାଦେଶ ସେମିତି ପ୍ରଭାବୀ ପ୍ରଦର୍ଶନ ଭାରତ   ବିପକ୍ଷରେ ଦେଇ ପାରିନଥିଲା ।

ଏହି ମ୍ୟାଚ୍‌ ଉପରେ ପାକିସ୍ତାନର ଶେଷ ଆଶା ନିର୍ଭର କରୁଛି । ଯଦି ବାଂଲାଦେଶ ମ୍ୟାଚ୍ ବିଜୟୀ  ହୁଏ, ତେବେ ଭାରତ-ନ୍ୟୁଜିଲାଣ୍ଡ ଏବଂ ବାଂଲାଦେଶ-ପାକିସ୍ତାନ ମ୍ୟାଚର ଫଳାଫଳ ଉପରେ ଦ୍ୱିତୀୟ ଦଳର ସେମି ଫାଇନାଲ ନିର୍ଭର କରିବ । ନ୍ୟୁଜିଲାଣ୍ଡ  ନେଟ୍‌ ରନରେଟ୍‌ରେ ବହୁ ଆଗରେ  ରହିଥିବାବେଳେ ପାକିସ୍ତାନ ୨ଟି ମ୍ୟାଚ୍‌ ହାରିବା ପରେ ସ୍ଥିତି ଅତି ସଙ୍ଗୀନ ରହିଛି।

Show More
Back to top button