

ସତ୍ୟଶିଖା ୨୪.୦୭.୨୦୨୦ : ଭୁବନେଶ୍ୱରରେ ଚିନ୍ତା ବଢ଼ାଇଲେ ମଂଚେଶ୍ୱରର ସୁପରସ୍ପ୍ରେଡର । ମଂଚେଶ୍ୱରରର ଏକ ଅଟାକଳର କାର୍ଯ୍ୟକରୁଥିବା ଜଣେ କର୍ମଚାରୀଙ୍କ ସଂସ୍ପର୍ଶରେ ଆସି ୩୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ସେହି ଅଟାକଳର ୨୬ ଜଣ କର୍ମଚାରୀ ଚିହ୍ନଟ ହୋଇଥିଲେ । ଏହାକୁ ମିଶାଇ ଅଟାକଳରୁ ୬୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଲେଣି । ସେପଟେ ରିସ୍ତା ପ୍ରଡକ୍ଟ ମ୍ୟାନେଜିଂ ଡାଇରେକ୍ଟର ସୁବାସ ଗୁପ୍ତା କହିଛନ୍ତି, ମଂଚେଶ୍ୱରରେ ତାଙ୍କର ଯେଉଁ ଫ୍ୟାକ୍ଟ୍ରି ଅଛି ତାହା ବନ୍ଦ ଥିଲା । ମଂଚେଶ୍ୱର ଫ୍ୟାକ୍ଟ୍ରି ୧୭ ତାରିଖରୁ ବନ୍ଦ ଅଛି । ଜଣେ ଷ୍ଟାଫ ପଜିଟିଭ୍ ବାହାରିବା ପରେ ନିଜ ଟଙ୍କାରେ ସବୁ କର୍ମଚାରୀଙ୍କ ଟେଷ୍ଟ କରାଯାଇଛି । ଏହାପରେ ଆକ୍ରାନ୍ତ ଥିବା କର୍ମଚାରୀଙ୍କୁ ଚିହ୍ନଟ କରିବା ବିଏମସି ପାଇଁ ସହଜ ହୋଇଛି ।