ରାଣାକୁ ଏକ ସ୍ବତନ୍ତ୍ର ବିମାନରେ ଭାରତକୁ ଅଣାଯାଉଛି।


ସତ୍ୟଶିଖା : ୧୦/୦୪/୨୦୨୫: ମୁମ୍ବାଇ ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ୍ ତହବୁର ହୁସେନ୍ ରାଣାଙ୍କ ସବୁ ପ୍ରକାର ଆଇନଗତ ବିକଳ୍ପ ଶେଷ ହୋଇଯିବା ପରେ ଆମେରିକା ତାଙ୍କୁ ଭାରତକୁ ପ୍ରତ୍ୟାର୍ପଣ କରିଛି। ରାଣାକୁ ଏକ ସ୍ବତନ୍ତ୍ର ବିମାନରେ ଭାରତକୁ ଅଣାଯାଉଛି। ବିମାନଟି ଆଜି ଭାରତରେ ଅବତରଣ କରିପାରେ। ରାଣାର ପ୍ରତ୍ୟାର୍ପଣ ଉପରେ ସ୍ଥଗିତାଦେଶ ଜାରି କରିବାକୁ ଆମେରିକାର ପ୍ରଧାନ ବିଚାରପତି ସୋମବାର ମନା କରିଦେଇଥିଲେ। ଆତଙ୍କୀ ତହବୁର ରାଣାର ପ୍ରତ୍ୟାର୍ପଣ ଆମେରିକା ସର୍ବୋଚ୍ଚ ଅଦାଲତରେ ଭାରତର ସବୁଠୁ ବଡ଼ ସଫଳତା ସାଜିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଫଳ କୂଟନୀତି ସହ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ରଣନୀତି ଯୋଗୁ ଏହା ସମ୍ଭବ ହୋଇପାରିଛି। NiAର ଏକ ସ୍ବତନ୍ତ୍ର ଟିମ୍ ଏକ ସ୍ବତନ୍ତ୍ର ବିମାନରେ ତହବୁରକୁ ସାଥିରେ ନେଇ ଆମେରିକାରୁ ଫେରୁଛନ୍ତି। ହେଲେ NIA ଆମେରିକାରୁ ସିଧା ଭାରତ ନଆସି ରୁଟରେ ପରିବର୍ତ୍ତନ କରିଛି। ସୁରକ୍ଷା ଦୃଷ୍ଟିରୁ ଆମେରିକାକୁ ଭାରତ ଉଡ଼ାଣ ଭିତରେ ଏକ ସିକ୍ରେଟ ପ୍ଲେସରେ କିଛି ସମୟର ହଲ୍ଟ କରି ଭାରତ ଫେରିବାର ଯୋଜନା ରଖିଛି NIA। ଏପଟେ ଭାରତରେ ତହବୁରର ଆଗାମୀ ଠିକଣା ସାଜିବ ତିହାର ଜେଲ। ତିହାର ଜେଲରେ ରହିବ 26/11 ନରସଂହାରର ଗୋଟିଚାଳକ ସୈତାନ ଥିଲା ତହବୁର ରାଣା।