Uncategorizedନ୍ୟୁଜ୍

ରାସ୍ତାକଡ଼ରେ ପଡ଼ିଥିବା ନବଜାତ ଶିଶୁକୁ ବୁଲା କୁକୁର ଝୁଣିଝୁଣି ଖାଇଲା

ସତ୍ୟଶିଖା (ଭୁବନେଶ୍ୱର) ୧୩.୧୧.୨୦୨୩ : ଅଭାବନୀୟ, ହୃଦୟବିଦାରକ । ନବଜାତକ ଶିଶୁକନ୍ୟାକୁ ଝୁଣି ଖାଇଲା କୁକୁର । ଅନୁଗୁଳ ଜିଲ୍ଲା ସଦର ଥାନା ଶରଧାପୁର ଅଞ୍ଚଳରୁ ଆସିଛି ଲୋମଟାଙ୍କୁରା ଘଟଣା । ରାସ୍ତାକଡ଼ରେ ପଡ଼ିଥିବା ନବଜାତ ଶିଶୁକୁ ବୁଲା କୁକୁର ଝୁଣିଝୁଣି ଖାଇଛି । ତାଳଚେର ଅଞ୍ଚଳର ଜଣେ ଯୁବକ ବାଇକ୍‌ ଯୋଗେ ସେହି ରାସ୍ତା ଦେଇ ଯାଉଥିବାବେଳେ ନବଜାତ ଶିଶୁକୁ ବୁଲା କୁକୁର ଖାଉଥିବାର ଦେଖି ଅଟକି ଯାଇଥିଲେ ।

ବାଇକ୍‌ ଆରୋହୀ କୁକୁରକୁ ଘଉଡାଇ ଦେଇଥିଲେ । ଶିଶୁକନ୍ୟା ଶରୀରର ଅଧିକାଂଶ ଭାଗକୁ ଝୁଣି ଖାଇଦେଇଛି କୁକୁର । ଗୁରୁତର ଶିଶୁକୁ ମେଡିକାଲ୍ ନେବା ପାଇଁ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ହେଲେ ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିଲା ବେଳକୁ ନବଜାତ ଶିଶୁର ଜୀବନ ଆଉ ନଥିଲା । ଅନୁଗୁଳ ପୋଲିସ୍ ନବଜାତ ଶିଶୁର ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଶିଶୁର ମୃତ ଶରୀର ଅନୁଗୁଳ ଶବ ସଂରକ୍ଷଣ ଗୃହରେ ରଖାଯାଇଛି । ତେବେ ନବଜାତ ଶିଶୁକୁ କେହି ଜଣେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି।

Show More
Back to top button