ଆଜି ସୃଷ୍ଟ ଘୂର୍ଣ୍ଣିବଳୟ ନେଇପାରେ ଲଘୁଚାପର ରୂପ

ସତ୍ୟଶିଖା (ଭୁବନେଶ୍ୱର ) ୧୮.୦୯.୨୦୨୩ : ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆଜି ନେଇପାରେ ଲଘୁଚାପର ରୂପ। ରାଜ୍ୟରେ ବୃଦ୍ଧି ପାଇବ ବର୍ଷାର ପରିମାଣ। 26 ତାରିଖ ଯାଏ ରହିବ ଏହାର ପ୍ରଭାବ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ ଆଜିଠୁ ରାଜ୍ୟରେ ପୁଣି ହେବ ବଡ଼ ବର୍ଷା। ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ଓ ଘଡଘଡି ହେବାର ସମ୍ଭାବନା ରହିଛି। ସେହିପରି ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡିଶାର କେତେକ ଜିଲ୍ଲାରେ ମଧ୍ୟ ଭାରୀ ବର୍ଷାର ସମ୍ଭାବନା ରହିଛି।

Exit mobile version