ସତ୍ୟଶିଖା :୨୪/୦୬/୨୦୨୫: ସେତୁ ନିର୍ମାଣ ଲାଗି ମିଳିଲା ଗ୍ରିନ୍ ସିଗନାଲ୍। ପରିବେଶ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟ ବିଭାଗ ପକ୍ଷରୁ ମିଳିଲା ମଞ୍ଜୁରୀ । ଭାରତୀୟ ଜାତୀୟ ରାଜପଥ ପ୍ରାଧିକାରଣ ଦ୍ବାରା ସାତପଡା-କୃଷ୍ଣପ୍ରସାଦ ବ୍ଲକ ମଧ୍ୟରେ ଚିଲିକା ଉପରେ ୭.୭୪୦ କିଲୋମିଟର ଲମ୍ବରେ ମିସିଂ ଲିଙ୍କ ନିର୍ମାଣ ହେବ ।
ହ୍ରଦ ଉପରେ ଦୁଇ ଲେନ୍ ବିଶିଷ୍ଟ ବୃହତ ସେତୁ ନିର୍ମାଣ ପାଇଁ ମଞ୍ଜୁର କରିଛନ୍ତି କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ବିଶେଷଜ୍ଞ ମୂଲ୍ୟାଙ୍କନ କମିଟି । ଚିଲିକା ମଝିରେ ଥିବି କୃଷ୍ଣପ୍ରସାର ବ୍ଲକର ୧୪ଗୋଟି ପଞ୍ଚାୟତ ବାସୀଙ୍କୁ ଯନ୍ତ୍ରଣାରୁ ମିଳିବ ମୁକ୍ତି। ପରିବେଶ ମଞ୍ଜୁରୀକୁ କୃଷ୍ଣପ୍ରସାଦବାସୀ ସ୍ବାଗତ କରିଛନ୍ତି ।
ଚିଲିକା ଉପରେ ହେବାକୁ ଥିବା ସେତୁ ଦେଇ ଭାରି ଯାନ ଚଳାଚଳ ଉପରେ କଟକଣା ରହିବ । ଏନଏଚଏଆଇ ପରିବେଶ ମନ୍ତ୍ରାଳୟ କୁ ଅବଗତ କରାଇଛି ଯେ ଚିଲିକା ଉପରେ ବ୍ରିଜ କୁ ୨ ଲେନ ରୁ ଅଧିକ କରାଯିବ ନାହିଁ। ଦିନକୁ କମ ଗାଡି କୁ ଛଡା ଯିବ। ସନ୍ଧ୍ୟା ୭ ରୁ ସକାଳ ୬ ଯାଏଁ ସେତୁ ଉପରେ ଗାଡି ଚଳା ଚଳ ସମ୍ପୂର୍ଣ ବନ୍ଦ ରହିବ। ସେତୁ ନିର୍ମାଣ ହେଲେ ସାତପଡା- କୃଷ୍ଣପ୍ରସାଦ ବ୍ଲକକୁ ସଂଯୋଗ ହେବ।
କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କ ପ୍ରସ୍ତାବିତ ସେତୁ ନିର୍ମାଣ ଲାଗି ୫୦୦ କୋଟି ଟଙ୍କା ମୂଲ୍ୟରେ ୮କିମି ଦୈର୍ଘ୍ୟର ୨ଟି ପ୍ରମୁଖ ସେତୁ ନିର୍ମାଣ ନିମନ୍ତେ ଡିପିଆର ସମ୍ପୁଣ୍ଣ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି, ଖୁବ୍ ଶୀଘ୍ର ଏହି କାର୍ଯ୍ୟ ଆଗକୁ ବଢିବ । କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଙ୍କ ମଧ୍ୟରେ ଏନେଇ ଆଲୋଚନ ହୋଇଛି । ଆଗାମୀ ଦିନର ଏହି କାର୍ଯ୍ୟକୁ ତ୍ବରାନିତ କରାଯିବ। ଖୁବଶୀଘ୍ର ଦୂର ହେବ ଚିଲିକା ଦ୍ବୀପାଞ୍ଚଳବାସୀଙ୍କ ଦୁଖଃ।