ସତ୍ୟଶିଖା ୧୮/୧୨/୨୦୨୦ : ପାଖେଇ ଆସୁଛି ଖ୍ରୀଷ୍ଟମାସ । ସମସ୍ତେ ଏହାକୁ ଆନନ୍ଦର ସହ ଅପେକ୍ଷା କରିଥାଆନ୍ତି । ଖାସ କରି ପିଲାମାନେ ସାନ୍ତାକ୍ଲଜ ଠାରୁ ଉପହାର ପାଇବା ପାଇଁ ଆପକ୍ଷା କରି ରହିଥାଆନ୍ତି । ଏତଦ ବ୍ୟତୀତ ଏହି ଖ୍ରୀଷ୍ଟମାସରେ ଘରକୁ ଖୁବ ସୁନ୍ଦରଭାବେ ସଜା ଯାଇଥାଏ । ଏହି ପର୍ବ ରଶ୍ମୀ, ଭଲପାଇବା ଓ ଖୁସିର ପ୍ରତୀକ ଅଟେ । ବହୁ ଲୋକେ କିଛି ଦିନ ପୂର୍ବରୁ ଏହାର ପ୍ରସ୍ତୁତିରେ ଲାଗିଥାଆନ୍ତି । ଖ୍ରୀଷ୍ଟମାସ ପର୍ବଟି ମୁଖ୍ୟତଃ ଛୋଟ ପିଲାମାନଙ୍କ ପାଇଁ ଅଧିକ ଆନନ୍ଦ ଓ ଉଲ୍ଲାସ ଆଣି ଦେଇଥାଏ । ଏହି ଦିନରେ ପିଲାମାନଙ୍କୁ ତାଙ୍କ ପସନ୍ଦର ଖାଦ୍ୟଦ୍ରବ୍ୟ ଖାଇବାକୁ ମିଳିବା ସହ ବହୁ ଉପହାର ମଧ୍ୟ ମିଳିଥାଏ । ମାନ୍ୟତା ଅନୁଯାୟୀ, ସାନ୍ତାକ୍ଲଜ ସ୍ୱର୍ଗରୁ ଆସି ସଭିଁଙ୍କ ପାଇଁ ଉପହାର ସହ ଖୁସି ଦେଇଯାଆନ୍ତି । ତେଣୁ ସାନ୍ତାକ୍ଲଜ ଭାବେ ଏହି ଦିନରେ କିଛି ବ୍ୟକ୍ତି ସଜ୍ଜିତ ହୋଇ ପିଲାମାନଙ୍କୁ ଉପହାର ପ୍ରଦାନ କରିଥାଆନ୍ତି । ଏହି ପର୍ବରେ ବିଶେଷ କରି ଖ୍ରୀଷ୍ଟିୟାନ ଲୋକେ ଖ୍ରୀଷ୍ଟମାସ ଟ୍ରି ସହ ନିଜ ଘରକୁ ମଧ୍ୟ ସୁନ୍ଦର ଭାବେ ସଜାଇଥାଆନ୍ତି । ଏହାଛଡ଼ା ଚର୍ଚ୍ଚ ଓ ବୃହତ୍ତ ସପିଂ ମଲ ଗୁଡ଼ିକୁ ମଧ୍ୟ ସୁନ୍ଦରଭାବେ ସଜାଯାଇଥାଏ । ଏହି ସାଜସଜ୍ଜା କରିବାର କିଛି ସହଜ ଉପାୟ ବିଷୟରେ ଆସନ୍ତୁ ଜାଣି ବା
ବଜାରରେ ମଧ୍ୟ ଭିନ୍ନ ଭିନ୍ନ ତଥା ରଙ୍ଗବେରଙ୍ଗ ପ୍ରକାରର ମହମବତୀ ମିଳୁଛି । ଏହି ପର୍ବରେ ଘରକୁ ସଜାଇବା ପାଇଁ ଏହି ସମସ୍ତ ମହମବତୀର ବ୍ୟବହାର କରିପାରିବେ । ଏହା ଦ୍ୱାରା ଆଲୋକ ସହ ଚର୍ତୁପାଶ୍ୱର୍ ଖୁବ ସୁନ୍ଦର ଦେଖାଯିବ ।
ବିଭିନ୍ନ ରଙ୍ଗର ରେଶମୀ ଫିତା –
ସାଜସଜ୍ଜା ପାଇଁ ଭିନ୍ନଭିନ୍ନ ରଙ୍ଗର ରେଶମୀ ଫିତା ମଧ୍ୟ ବ୍ୟବହାର କରିପାରିବେ । ଖାସ କରି ଧଳା, ଲାଲ,ସବୁଜ ରଙ୍ଗର ରେଶମୀ ଫିତାକୁ ବିଭିନ୍ନ ଡ଼ିଜାଇନ କରି ମଧ୍ୟ ସଜାଇ ପାରିବେ ।
ଗୃହରେ ଥିବା ଟେବୁଲ ଓ ଅନ୍ୟାନ୍ୟ ବସ୍ତୁକୁ ଫୁଲ ଓ ମହମବତୀରେ ସଜାନ୍ତୁ ।
ଘରେ ଓ କାର୍ୟ୍ୟାଳୟ ମାନଙ୍କରେ ବଜାରରେ ସଜ୍ଜିତ ହୋଇ ମିଳୁଥିବା ସାନ୍ତାକ୍ଲଜକୁ ଆଣି ମଧ୍ୟ ସଜାଇ ପାରିବେ ।
ନିଜ ଘରକୁ ବିଭିନ୍ନ ପ୍ରକାରର ଲାଇଟ ଲଗାଇ ମଧ୍ୟ ସୁନ୍ଦର ଭାବେ ସଜାଇ ପାରିବେ । ଏହା ଦ୍ୱାରା ଘର ସୁନ୍ଦର ଦେଖାଯିବା ସହ ଆଲୋକିତ ମଧ୍ୟ ଦେଖାଯିବ ।
ଖ୍ରୀଷ୍ଟମାସ ପାଇଁ ସ୍ୱତନ୍ତ୍ର ଉପାୟ
