ଦୁର୍ଘଟଣାଦେଶବିଦେଶ

କାବୁଲ ବିମାନବନ୍ଦର ବାହାରେ ସିରିଜ୍ ବିସ୍ଫୋରଣ : ୬୦ ମୃତ , ଶତାଧିକ ଆହତ

ସତ୍ୟଶିଖା(କାବୁଲ) ୨୭.୦୮ .୨୦୨୧:  କାବୁଲ ବିମାନ ବନ୍ଦରରେ ବଡ଼ ବିସ୍ଫୋରଣ ପରେ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି । କାବୁଲ ଏୟାରପୋର୍ଟ ପାଖରେ ନିକଟରେ ଦୁଇଟି ବୋମା ବିସ୍ଫୋରଣ ହୋଇଛି । ହମିଦ କାରଜାଇ ଅନ୍ତର୍ଜାତୀୟ ବିମାନବନ୍ଦର ବାହାରେ ଆତ୍ମଘାତୀ ବିସ୍ଫୋରଣା କରିଛନ୍ତି ଆତଙ୍କବାଦୀ । ସିରିଜ୍ ବିସ୍ଫୋରଣରେ ପାଖାପାଖି ୬୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ତେବେ ବିସ୍ଫୋରଣ ଏତେ ଭୟଙ୍କର ହୋଇଛି ଯେ ମୃତ ଓ ଆହତ ହୋଇଥିବା ଲୋକଙ୍କ ସଂଖ୍ୟା ବହୁତ ଅଧିକ ହେବା ଆଶଙ୍କା ରହିଛି । ଏବଂ ଶତାଧିକ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନା ଦିଆଯାଇଛି । ପ୍ରକୃତରେ ମୃତ୍ୟୁ ସଂଖ୍ୟା କେତେ, ଏ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଏପଟେ ଆଇଏସଆଇଏସ ବା ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ସଂଗଠନ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛନ୍ତି । ବିମାନବନ୍ଦର ଭିତରେ ବିଭିନ୍ନ ଦେଶ ପକ୍ଷରୁ ଏୟାରଲିଫ୍ଟ କରାଯାଉଥିବା ବେଳେ ଏୟାରପୋର୍ଟ ବାହାର ଗେଟ୍ ନିକଟରେ ଏହି ବିସ୍ଫୋରଣ ହୋଇଥିଲା । ଯେଉଁଠି ଆଫଗାନ ଛାଡି ଯିବା ପାଇଁ ଅପେକ୍ଷା କରିଥିବା ଲୋକ ସେମାନଙ୍କ କାଗଜପତ୍ର ଚେକ୍ କରୁଥିଲେ । ସେହି ସ୍ଥାନରେ ହିଁ ବିସ୍ଫୋରଣ ହୋଇଥିବା ଜଣାପଡିଛି । ଏପରିକି ବିସ୍ଫୋରଣ ପରେ ଯେତେବେଳେ ଲୋକ ଇତଃସ୍ତତଃ ହୋଇ ଦୌଡିବାକୁ ଲାଗିଲେ, ସେତେବେଳେ ସେମାନଙ୍କ ଉପରକୁ ଗୁଳି ଚଳାଇଛନ୍ତି ଆତଙ୍କବାଦୀ । ଏହା ଏକ ଯୋଜନାବଦ୍ଧ ଆକ୍ରମଣ ବୋଲି କୁହାଯାଉଛି । ବିସ୍ଫୋରଣରେ ବହୁ ସଂଖ୍ୟାରେ ଲୋକ ମୃତାହତ ହୋଇଥିବା ଆଶଙ୍କା ରହିଛି ।

Show More
Back to top button