ଜୀବନମନ୍ତ୍ରରୂପସଜ୍ଜା
ଶୀତଦିନେ ହାତର ସୌନ୍ଦର୍ଯ୍ୟ


ସତ୍ୟଶିଖା ୨୪ /୧୨/୨୦୨୦ : ୨ ଚାମଚ ବଟରରେ ୧ ଚାମଚ ବାଦାମ ତେଲକୁ ଭଲ ଭାବେ ମିଶାଇ ଏହାକୁ ୨୦ ମିନିଟ ପର୍ୟ୍ୟନ୍ତ ହାତରେ ଲଗାଇ ରଖନ୍ତୁ । ୨୦ ମିନିଟ ପରେ ହାତକୁ ଧୋଇ ଦିଅନ୍ତୁ । ଏଥିରେ ଭିଟାମିନ ଇ ଥିବାରୁ ଏହା ହାତକୁ ନରମ, ସୁନ୍ଦର ଓ ଶୁଷ୍କତାକୁ ଦୂର କରିଥାଏ । ସପ୍ତାହକୁ ୨ଥର ଗୋଲାପ ଜଳରେ ହାତ ପୋଛିବା ଦ୍ୱାରା ମଧ୍ୟ ହାତ କୋମଳ ଓ ଗୋରା ହୋଇଥାଏ । ୧ ଚାମଚ ଚିନିରେ ଲେମ୍ବୁ ରସ ମିଶାଇ ଏହାକୁ ହାତରେ ଲଗାନ୍ତୁ । ଲଗାଇବା ସମୟରେ ହାତକୁ ଭଲ ଭାବେ ଘଷନ୍ତୁ । ଏହାକୁ ୧୫ମିନିଟ ଲଗାଇବା ପରେ ଧୋଇ ଦିଅନ୍ତୁ । ଏହା ହାତକୁ ଗୋରା କରିବା ସହ ସମସ୍ତ ପ୍ରକାରର ଦୂଷିତ ପଦାର୍ଥ ବାହାର କରି ଦେଇଥାଏ । ୨ଚାମଚ ବେସନରେ ଏକ ଚାମଚ ଦହି ମିଶାଇ,ଏହାକୁ ହାତରେ ଲଗାଇ ୩୦ ମିନିଟ ରଖନ୍ତୁ । ନିର୍ଦ୍ଧାରିତ ସମୟ ପରେ ହାତକୁ ଧୋଇ ଦିଅନ୍ତୁ । ଏହାକୁ ନିୟମିତ ଲଗାଇବା ଦ୍ୱାରା ହାତ କୋମଳ ଓ ଗୋରା ହୋଇଥାଏ ।