ଏମକେସିଜି ମେଡିକାଲରେ ଏଲିଅନ ଆକୃତିର ବିରଳ ଶିଶୁ ଜନ୍ମ

ସତ୍ୟଶିଖା( ବ୍ରହ୍ମପୁର) ୨୨.୦୪.୨୦୨୧: ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଜନ୍ମ ହୋଇଛି ଏକ ବିରଳ ଶିଶୁ। ଶିଶୁଟି ଗତ କାଲି ରାତି ୨ ଟା ବେଳେ ଜନ୍ମ ହୋଇଥିବା ବେଳେ ତାକୁ ଆଇସିୟୁ ଭିତରେ ରଖି ଚିକିତ୍ସା କରାଯାଉଛି। ତେବେ ଶିଶୁର ଶରୀରଟି ଏଲିଅନ ଭଳି ହୋଇଥିବାରୁ ଚର୍ଚ୍ଚା ଜୋର ଧରିଛି। ଗତ କାଲି ପ୍ରଥମ ଥର ପାଇଁ ଏମକେସିଜିକୁ ଆସିଥିବା ଗର୍ଭବତୀ ମହିଳାଜଣକ ଠାରୁ ଏହି ଶିଶୁଟି ଜନ୍ମ ହୋଇଛି। ଜେନେଟିକ ସମସ୍ୟା ଯୋଗୁ ବେଳେ ବେଳେ ଏଭଳି ଶିଶୁ ଜନ୍ମ ନିଅନ୍ତି ବୋଲି ଏମକେସିକିର ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. ଇନ୍ଦିରା ପାଳ କହିଛନ୍ତି। ସାଧରଣ ଶିଶୁଠାରୁ ଏହି ବିରଳ ଶିଶୁର ମୁହଁ ବଡ଼ ହୋଇଥିବା ବେଳେ ହାତ ଓ ଗୋଡ଼ ପାପୁଲି ନାହିଁ। ସେହିପରି ଶରୀରର ଚର୍ମ ମୋଟା ଓ ଫଟା ରହିଛି। ତେବେ ଏଭଳି ଶିଶୁ ବେଶୀ ଦିନ ବଞ୍ଚିପାରନ୍ତି ନାହିଁ ବୋଲି ଡାକ୍ତର କହିଛନ୍ତି।

Exit mobile version