ଦେଶନ୍ୟୁଜ୍ବିଦେଶ

୧୮୧ ବର୍ଷ ଧରି କାଚ ଜାରରେ ସୁରକ୍ଷିତ ରଖାଯାଇଛି ସିରିଏଲ କିଲରର ମୁଣ୍ଡ, ଜାଣନ୍ତୁ କାହିଁକି

ସତ୍ୟଶିଖା( ନୂଆଦିଲ୍ଲୀ )୦୮.୧୦୨୦୨୨:  ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା କହୁଛୁ ଯାହା କେବଳ ପର୍ତ୍ତୁଗାଲର ରାଜଧାନୀ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ଏକ ଭୟାନକ କାହାଣୀଠାରୁ କମ୍ ନୁହେଁ। ପର୍ତ୍ତୁଗାଲ ରାଜଧାନୀ ଲିସବନରେ ଜଣେ ଅଭିଯୁକ୍ତର ମୁଣ୍ଡକୁ ୧୮୧ ବର୍ଷ ହେଲା ସୁରକ୍ଷିତ ରଖାଯାଇଛି। ବାସ୍ତବରେ ଆଜି ବି ଏକ କାଚ୍‌ ଜାରରେ ପଶି ରହିଥିବା ସେହି ମୁଣ୍ଡଟି ଏକଦମ୍‌ ସତେଜ ଦିଶୁଛି। ବ୍ୟକ୍ତି ଜଣକର ମୁଣ୍ଡକୁ କାହିଁକି ଏପରି ରଖାଯାଇଛି ବୋଲି କାରଣ ଜାଣିଲେ ଆପଣ ବି ଚକିତ ହୋଇଯି‌ବେ ।

ଏହି ବ୍ୟକ୍ତି ଜଣକ ଭୟଙ୍କର ସିରିଏଲ କିଲରମାନଙ୍କ ମଧ୍ୟରୁ ଜଣେ। ଯିଏ ଧନୀ ହେବା ପାଇଁ ବହୁ ନିରୀହ ଲୋକଙ୍କୁ ନିର୍ଦ୍ଦୟ ଭାବରେ ହତ୍ୟା କରିଥିଲେ। ଏହି ସିରିଏଲ କିଲରକୁ ପର୍ତ୍ତୁଗାଲରେ ଫାଶୀ ଦିଆଯାଇଥିଲା ଏବଂ ଏହା ପରେ ସେହି ଦେଶରେ କାହାକୁ ମୃତ୍ୟୁଦଣ୍ଡ ଦିଆଯାଇ ନଥିଲା। ସିରିଏଲ କିଲରର ନାମ ହେଉଛି ଡିୟୋଗୋ ଅଲ୍‌ଭେସ୍‌। ଡିୟୋଗର ଜନ୍ମ ୧୮୧୯ ମସିହାରେ ସ୍ପେନ୍‌ର ମେସେଲିୟା ସହରରେ ହୋଇଥିଲା। ସେ ଯେବେ ବଡ଼ ହେଲା କାମ ଖୋଜି ଖୋଜି ପର୍ତ୍ତୁଗାଲରେ ପହଞ୍ଚିଲା। ପର୍ତ୍ତୁଗାଲ ଲିସବନରେ ଚାକିରି ଖୋଜିବାରେ ଲାଗିଲା। ମାତ୍ର ତାକୁ ଚାକିରି ମିଳିଲା ନାହିଁ। ସେ ଶେଷରେ କିଛି ଏପରି ଆସାମାଜିକ ଲୋକଙ୍କ ସସ୍ପର୍ଶରେ ଆସିଲା ଯେଉଁଥିପାଇଁ ତାକୁ ହତ୍ୟାକାରୀ ହେବାକୁ ପଡ଼ିଲା।

ଡିୟୋଗୋ ପାଖାପାଖି ୫୦ ରୁ ଅଧିକ ଲୋକଙ୍କୁ ନିର୍ଦୟ ଭାବରେ ହତ୍ୟା କରିବା ପରେ ଯେତେବେଳେ ପୋଲିସ ତଦନ୍ତ ଆରମ୍ଭ କଲା, ମୃତକଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା, ସେଠାରେ ଅନେକ କୃଷକ ଶ୍ରେଣୀର ଲୋକ ଥିଲେ, ଯେଉଁମାନଙ୍କ ପାଖରେ ଟଙ୍କାର ଅଭାବ ନଥିଲା। ଯେତେବେଳେ ପୋଲିସ ତଦନ୍ତ ଆରମ୍ଭ କଲା , ଦେଖାଗଲା ଯେ କେତେକ ମୃତ ଦେହରେ ମଧ୍ୟ ଛୁରାମାଡ଼ର ଚିହ୍ନ ରହିଛି। ଏହା ପରେ ପୋଲିସ ଜାଣିବାକୁ ପାଇଲା ଯେ ଏହା ଏକ ହତ୍ୟା ମାମଲା।

ପର୍ତ୍ତୁଗାଲ ଇତିହାସରେ ଏତେ ବଡ ସିରିଏଲ କିଲରଙ୍କୁ କେବେ ଦେଖି ନଥିଲେ। ଏହାକୁ ନେଇ ସହରରେ ବହୁତ ଗଣ୍ଡଗୋଳ ହୋଇଥିଲା। ଡିଆଗୋ ବିଷୟରେ ଲୋକଙ୍କ ମଧ୍ୟରେ ବହୁତ ଉତ୍ତେଜନା ଦେଖାଦେଇଥିଲା । ହତ୍ୟାକାରୀ ଡିୟୋଗୋଙ୍କୁ ନେଇ କୋର୍ଟ ଶୀଘ୍ର କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଫେବୃଆରୀ ୧୮୪୧ ରେ, ଡିଆଗୋଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଯେତେବେଳେ ତାଙ୍କ ମୃତ୍ୟୁ ତାରିଖ ସ୍ଥିର ହେଲା, ଲିସବନ୍‌ର କିଛି ଡାକ୍ତର ତାଙ୍କ ମୃତ୍ୟୁ ପରେ ଡାୟୋଗୋଙ୍କ ମସ୍ତିଷ୍କକୁ ନେଇ ଅନୁସନ୍ଧାନ ପାଇଁ କୋର୍ଟ ଏବଂ ସରକାରଙ୍କୁ ଅନୁମତି ମାଗିଥିଲେ। ସେ ଯୁକ୍ତି କରିଛନ୍ତି ଯେ ଏହିପରି ସିରିଏଲ କିଲରମାନେ କିପରି ଭାବନ୍ତି ସେ ଉପରେ ସେ ଅନୁସନ୍ଧାନ କରିବାକୁ ଚାହୁଁଛନ୍ତି। ଏହାକୁ ବିଜ୍ଞାନ ଶବ୍ଦରେ ଫ୍ରେନୋଲୋଜି କୁହାଯାଏ । କୋର୍ଟ ଏବଂ ସରକାର ଡାକ୍ତରମାନଙ୍କୁ ଏହା କରିବାକୁ ଅନୁମତି ଦେଇଥିଲେ। ଅନୁସନ୍ଧାନ ପରେ ଡିୟୋଗୋଙ୍କ ମୁଣ୍ଡ ଲିସବନ୍ ବିଶ୍ୱବିଦ୍ୟାଳୟର ସଂଗ୍ରହାଳୟରେ ଏକ କାଚ ପାତ୍ରରେ ରଖାଯାଇଛି। ଯାହାକି ଏପର୍ଯ୍ୟନ୍ତ ସୁରକ୍ଷିତ ଭାବେ ଅଛି।

Show More
Back to top button