ରାଜ୍ୟ

୮ ଯାଏ ୭ ଯୋଡ଼ା ଟ୍ରେନ୍‌ ବାତିଲ୍‌

ସତ୍ୟଶିଖା(ଭୁବନେଶ୍ୱର) ୩୧.୦୭.୨୦୨୧: କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ଓ ଟ୍ରେନ୍‌ରେ ଯାତ୍ରୀ ହେଉ ନ ଥିବାରୁ ୭ ଯୋଡ଼ା ଟ୍ରେନ୍‌କୁ ଅଗଷ୍ଟ ୮ ପର୍ଯ୍ୟନ୍ତ ବାତିଲ୍‌ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅଗଷ୍ଟ ୨ରୁ ୮ ମଧ୍ୟରେ ବାତିଲ ହେବାକୁ ଥିବା ଉକ୍ତ ଟ୍ରେନ୍‌ଗୁଡ଼ିକ ହେଲା, ପୁରୀ-କଟକ-ପୁରୀ, ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର, ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର, ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର, କଟକ-ଭଦ୍ରକ-କଟକ, କଟକ-ପାରାଦୀପ-କଟକ, କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ। ଅଗଷ୍ଟ ୭ ଓ ୮ରେ ବାତିଲ ହେବାକୁ ଥିବା ଟ୍ରେନ୍‌ଗୁଡ଼ିକ ହେଲା, ପୁରୀ-ଅନୁଗୁଳ-ପୁରୀ ଟ୍ରେନ, ଭୁବନେଶ୍ୱର-ପାଲାସା-ଭୁବନେଶ୍ୱର ଟ୍ରେନ, ଭୁବନେଶ୍ୱର-ବାଙ୍ଗିରିପୋଷି-ଭୁବନେଶ୍ୱର ଟ୍ରେନ୍‌। ପୁରୀ-ଅନୁଗୁଳ-ପୁରୀ ବିଶେଷ ଟ୍ରେନ୍‌ ଅଗଷ୍ଟ ୨ରୁ ୮ ମଧ୍ୟରେ ଉଭୟ ପାର୍ଶ୍ୱରୁ ତାଳଚେର ଓ ଅନୁଗୁଳ ମଧ୍ୟରେ ବାତିଲ୍ ରହିବ ଏବଂ ତାଳଚେର ଓ ପୁରୀ ମଧ୍ୟରେ ଚଳାଚଳ କରିବ।

ଆଜି ଇସ୍ପାତ ଓ ଧଉଳି ଏକ୍ସପ୍ରେସ୍ ବାତିଲ୍‌
ଭୁବନେଶ୍ବର : ହାଓଡା ଷ୍ଟେସନ, ଟିକିଆପଡାୟାର୍ଡଠାରେ ପ୍ରବଳ ବର୍ଷା ହୋଇ ରେଳ ଧାରଣା ଜଳମଗ୍ନ ହେବା ଯୋଗୁଁ ଶନିବାର ହାଓଡ଼ାଠାରୁ ଛାଡିବାକୁ ଥିବା ଇସ୍ପାତ ଓ ଧଉଳି ସ୍ବତନ୍ତ୍ର ଏକ୍ସପ୍ରେସ୍ ଟ୍ରେନକୁ ବାତିଲ କରାଯାଇଛି। ସେହିପରି ଶନିବାର ଟିଟିଲାଗଡ଼ରୁ ଛାଡ଼ିବାକୁ ଥିବା ଟିଟିଲାଗଡ଼-ହାଓଡ଼ା ଇସ୍ପାତ ବିଶେଷ ଟ୍ରେନ୍‌(୦୨୫୧୮) ଓ ପୁରୀରୁ ଛାଡ଼ିବାକୁ ଥିବା ହାଓଡ଼ା-ପୁରୀ ଧଉଳି ବିଶେଷ ଟ୍ରେନ(୦୨୦୮୮) ମଧ୍ୟ ବାତିଲ ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

Show More
Back to top button