ଓୱେସୀଙ୍କ ଝିଅ ବାହାଘରରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ସମେତ ସାମିଲ ହେଲେ ଅନେକ ମନ୍ତ୍ରୀ l

ସତ୍ୟଶିକ୍ଷା (ହାଇଦ୍ରାବାଦ) ୨୩.୦୯.୨୦୨୦ : ମଙ୍ଗଳବାର ଦିନ ଅଲ ଇଣ୍ଡିଆ ଇଟେହାଦୁଲ ମୁସଲିମନ୍ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱେସୀଙ୍କ ଝିଅ ବାହାଘର ଥିଲା । ଓୱେସୀଙ୍କ ଝିଅ ବାହାଘର ତାଙ୍କ ବାସଭବନରେ ଆୟୋଜନ ହୋଇଥିଲା । କରୋନା ମହାମାରୀ ଯୋଗୁଁ ବାହାଘରକୁ ସୀମିତ ସଂଖ୍ୟାରେ ଅତିଥିଙ୍କୁ ଆମନ୍ତ୍ରିତ କରାଯାଇଥିଲା । ପୁରୁଣା ହାଇଦ୍ରାବାଦ ଶାସ୍ତ୍ରିପୁରମ ସ୍ଥିତ ସାଂସଦଙ୍କ ବାସଭବନରେ ମଙ୍ଗଳବାର ରାତିରେ ବିବାହ ସମାରୋହ ହୋଇଥିଲା ।ବିବାହ ସମାରୋହରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ, ମନ୍ତ୍ରୀ ମହମୁଦ ଅଲି, ଇଟାଲା ରାଜେନ୍ଦ୍ର ଏବଂ ଅନେକ ଟିଆରଏସ ନେତା ମଧ୍ୟ ପହଞ୍ଚିଥିଲେ ।ଅତିଥିଙ୍କ ମଧ୍ୟରେ ରାଜ୍ୟର ମୁଖ୍ୟ ସଚିବ ସୋମେଶ କୁମାର, ଡିଜିପି ମହେନ୍ଦ୍ର ରେଡ୍ଡୀ ଓ ହାଇଦ୍ରାବାଦ ପୋଲିସ ଆୟୁକ୍ତ ଅଂଜନୀ କୁମାର ମଧ୍ୟ ସାମିଲ ଥିଲେ । ଓୱେସୀଙ୍କ ଝିଅ ବାହାଘର ଡାକ୍ତର ଆବିଦ୍ ଅଲି ଖାନଙ୍କ ସହ ହୋଇଛି ।

Exit mobile version