

ସତ୍ୟଶିଖା ୧୯ .୦୯.୨୦୨୦ : ସୁଶାନ୍ତ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ଏବଂ ବଲିଉଡ ଡ୍ରଗ୍ସ ଲିଙ୍କରେ ଏନସିବି ଦ୍ୱାରା ଗିରଫ ରିଆ ଚକ୍ରବର୍ତୀଙ୍କ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ସହ ନଜର ଆସୁଛନ୍ତି ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତୀ । ଅନୁମାନ କରାଯାଉଛି ମହେଶ ଭଟ୍ଟଙ୍କ ଘରେ ସୁଟ୍ ହୋଇଛି ଏହି ଭିଡିଓ । ଭିଡିଓରେ ମହେଶ ଭଟ୍ଟଙ୍କ ଘରେ ଏକ କାଉଚରେ ସାମ୍ନାସାମ୍ନି ବସିଛନ୍ତି ରିଆ ଓ ମହେଶ ଭଟ୍ଟ । ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ହାତରେ ରହିଛି ଏକ ଗପ ବହି । ମହେଶ ଭଟ୍ଟ ଗପ ପଢି ରିଆଙ୍କୁ ଶୁଣାଉଥିବାବେଳେ ସାମ୍ନାରେ ବସି ଅତି ଆଗ୍ରହର ସହ ଶୁଣୁଛନ୍ତି ରିଆ ଚକ୍ରବର୍ତୀ । ଏବଂ ଶେଷରେ ତାଳି ମଧ୍ୟ ମାରୁଛନ୍ତି ।
ପୂର୍ବରୁ ରିଆଙ୍କ ସହ ମହେଶ ଭଟ୍ଟଙ୍କ କିଛି ଅନ୍ତରଙ୍ଗ ଫଟୋ ମଧ୍ୟ ଭାଇରାଲ ହୋଇଥିଲା । ଯାହାକୁ ନେଇ ଦୁହିଁଙ୍କ ସଂପର୍କ ଉପରେ ପ୍ରଶ୍ନ ଉଠିଥିଲା । ନିଜ ଝିଅ ବୟସର ଜଣେ ଅଭିନେତ୍ରୀଙ୍କ ସହ ମହେଶ ଭଟ୍ଟଙ୍କ ଏହି ଅନ୍ତରଙ୍ଗ ଫଟୋ ସବୁ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଉଭ୍ୟୟଙ୍କ ଚରିତ୍ରକୁ ଭିନ୍ନ ଢଙ୍ଗରେ ଚିତ୍ରଣ କରାଯାଇଥିଲା ।
ଏବେ ନଜର ପକାନ୍ତୁ ରିଆ ଓ ମହେଶ ଭଟ୍ଟଙ୍କ ଭିତରେ ହୋଇଥିବା ହ୍ୱାଟ୍ସଆପ ଚାଟ ଉପରେ । ଯାହା ସୁଶାନ୍ତ ମୃତ୍ୟୁ ରହସ୍ୟରେ ଏକ ବଡ ସୁରାଗ ବୋଲି ବିଚାର କରାଯାଉଛି । ସୁଶାନ୍ତ ମୃତ୍ୟୁ ମାମଲାର ଛାନଭିନ କରୁଥିବା ଯାଂଚ ଏଜେନ୍ସି ମଧ୍ୟ ଏହାର ଛାନଭିନ କରୁଛି ।