Uncategorizedସିନେମା

ଦଶହରାରେ ଓଡ଼ିଆ ଦର୍ଶକଙ୍କୁ ନୂଆ ଭେଟି

ସତ୍ୟଶିଖା (ଭୁବନେଶ୍ୱର ) ୨୦.୧୦.୨୦୨୩ :  ଦଶହରାରେ ଓଡ଼ିଆ ଦର୍ଶକଙ୍କୁ ନୂଆ ଭେଟି।  ରିଲିଜ ହୋଇଛି ମାଲ୍ୟଗିରି।  ଦୁର୍ଗା ପୂଜା  ଅବସରରେ ବଡ଼ ପରଦାରେ ରିଲିଜ୍  ହୋଇଛି ବାବୁସାନ ମହାନ୍ତି ଏବଂ ଅମ୍ଲାନ ଦାସଙ୍କ ଅଭିନିତି  ବହୁ ପ୍ରତିକ୍ଷୀତ ଫିଲ୍ମ ମାଲ୍ୟଗିରି। ଆଇ ମା ଗପକୁ  ନେଇ ଏହି ଫିଲ୍ମଟି ତିଆରି ହୋଇଥିବାବେଳେ  ଏଥିରେ ଏଭ୍‌ ଷ୍ଟୋରୀ   ସହ ଆକ୍ସନ ଆଉ ଇମୋଶନ  ଭରପୁର ରହିଛି।

ଓଡିଶା ପ୍ରକୃତିର ଓ ଗାଥା କୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର  ମାଲ୍ୟଗିରି।  ଆଜି କଟକ ବୃନ୍ଦାବନ ହଲ୍ ରେ  ଫିଲ୍ମ ଟି ରିଲିଜ୍ ହୋଇଯାଇଛି। ରେନ ଡ୍ରପ ପ୍ରଡକ୍ସନ, ବିଭସ୍ ଏଣ୍ଟରଟେନମେଣ୍ଟ , ତଥ୍ୟ ପ୍ରଡକ୍ସନ ଓ ବାବୁଶାନ୍ ଫିଲ୍ମ ର ମିଳିତ ପ୍ରୟାସ ରେ ନିର୍ମିତ ଏହି ଚଳଚ୍ଚିତ୍ର ରେ  ନାୟକ ଭାବରେ ଓଲିଉଡ ସୁପର ଷ୍ଟାର ବାବୁଶାନ୍ ମହାନ୍ତି ଓ ଅମ୍ଳାନ ଦାସ୍ ଙ୍କୁ ଏକା ସାଙ୍ଗରେ ଦେଖିବାକୁ ମିଳିଛି। ସେହିଭଳି ନାୟିକା ଭାବେ ଶିବାନୀ ସଙ୍ଗୀତା ଓ ସୂର୍ୟମୟୀ ଙ୍କୁ ଦେଖିବାକୁ ମିଳିଛି। ନାୟିକା ଏଲିନା ସାମନ୍ତରାୟ  ଫିଲ୍ମରେ ନଜର ଆସିଛନ୍ତି। ପାହାଡ଼ ପର୍ବତ ଓ ଆଦିବାସୀ ଚଳନୀ, ରହଣୀକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ର। ତେବେ ଏକ  ଭିନ୍ନ ଭୂମିକା ରେ ନଜର ଆସିଛନ୍ତି ବାବୁଶାନ୍ ଓ ଅମ୍ଳାନ।

ଓଡ଼ିଶାର ପାହାଡିଆ ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ଭାଷା କ ଏହି ଫିଲ୍ମ ରେ ସ୍ଥାନିତ କରାଯାଇଥିବା ବେଳେ ଫିଲ୍ମ ଟିରେ ଭରପୁର ଓଡ଼ିଶା ର ପ୍ରାକୃତିକ ସୋନ୍ଦର୍ଯ୍ୟ କୁ ଦେଖାଯାଇଛି। ସେହିଭଳି ଆଜି ଫିଲ୍ମ ର ରିଲିଜ୍ ପରେ ବହୁତ୍ ଦର୍ଶକଙ୍କ ଭଲ ପାଇବା ମିଳି ଥିବା କଥା କହିଛନ୍ତି ନାୟକ ଓ ନାୟିକା। ସେହିଭଳି ଫିଲ୍ମ ଟି ରେ ଥିବା ଭିନ୍ନ କାହାଣୀ ଓ ଭିନ୍ନ ଚରିତ୍ର ଦର୍ଶକଙ୍କୁ ଆକର୍ଷିତ କରିବ ବୋଲି କହିଛନ୍ତି ନିର୍ଦ୍ଦେଶକ। ସେପଟେ ବାବୁସାନ ଙ୍କ ଫିଲ୍ମ ଦେଖିବା ପାଇଁ ପିପିଲି ରୁ ସାଇକେଲ ନେଇ ଆସିଛନ୍ତି ବାବୁଶାନ ଙ୍କ ଫ୍ୟାନ ଅଜୁ । ସେ କହିଛନ୍ତି ବାବୁସାନ ଙ୍କ ଏହି ମାଲ୍ୟଗିରି ଫିଲ୍ମ ପୁଜା ବଜ଼ାରରେ ସୁପର ହିଟ ହେବ।

Show More
Back to top button