ଭୁବନେଶ୍ୱରରେ ଆରମ୍ଭ ହେଲା ନୂଆ ସାଇବର କମ୍ପ୍ଲେକ୍ସ

ସତ୍ୟଶିଖା (ଭୁବନେଶ୍ୱର) ୨/୧୧/୨୦୨୦ : ସାବଧାନ ସାଇବର ଅପରାଧୀ । ଏବେ ଭୁବନେଶ୍ୱରରେ ଆରମ୍ଭ ହେଲା ନୂଆ ସାଇବର କମ୍ପ୍ଲେକ୍ସ । ଏହି ସାଇବର କମ୍ପ୍ଲେକ୍ସ ଏବେ ସାଇବର ଅପରାଧିଙ୍କ କଳା କାରନାମାକୁ ପର୍ଦାଫାସ କରିବ । ଯଦି କେହିବି ଫେସବୁକ, ଟ୍ୱିଟର, ବ୍ୟାଙ୍କ ଆକାଉଣ୍ଟ, ଓ୍ୱେବସାଇଟ୍ ହ୍ୟାକ କିମ୍ବା ଏହି ସବୁ ସୋସିଆଲ ମିଡିଆର ଅପବ୍ୟବହାର କରିବା ଭଳି ବେଆଇନ କାର୍ଯ୍ୟରେ ସାମିଲ ହୁଅନ୍ତି ତେବେ ସେମାନଙଙ୍କୁ ଧରିବ ସାଇବର କମ୍ପ୍ଲେକ୍ସ ।
ଭୁବନେଶ୍ୱର କେଶରୀ ନଗରରେ ନୂଆ ସାଇବର କମ୍ପ୍ଲେକ୍ସ ଉଦଘାଟନ କରିଛନ୍ତି ଡିଜିପି ଅଭୟ ସିଂ । ଏହା ପୂର୍ବରୁ କଟକରେ କାର୍ଯ୍ୟକ୍ଷମ କରୁଥିଲା, କିନ୍ତୁ ଏବେ ଏହାକୁ ଅପଗ୍ରେଡ଼ କରାଯାଇ ଭୁବନେଶ୍ଵରରେ ଆରମ୍ଭ କରାଯାଇଛି । ଭୁବନେଶ୍ୱରରେ ସାଇବର କମ୍ପ୍ଲେକ୍ସ ଖୋଲିବା ପରେ ସାଇବର ଷ୍ଟେସନ ଏବେ ୪ରେ ପହଞ୍ଚିଛି । ପୂର୍ବରୁ ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ କାର୍ଯ୍ୟକ୍ଷମ ହେଉଥିଲା । ଭୁବନେଶ୍ଵର ରେ ଏହି ସାଇବର କମ୍ପ୍ଲେକ୍ସ ଖୋଲିବା ପରେ ଏବେ ଏହା ଟ୍ୱିନ୍ ସିଟି ବାସିନ୍ଦାଙ୍କ ପାଇଁ ବେଶ୍ ସହାୟକ ହେବ । ଏହି କମ୍ପ୍ଲେକ୍ସରେ ସୋସିଆଲ ମିଡିଆର ଲ୍ୟାବ ବି କାର୍ଯ୍ୟକ୍ଷମ ହେବ । ଏହା ସମ୍ପୂର୍ଣ୍ଣ ଡିଜିଟାଲ ଭାବେରେ ତଦନ୍ତ କରାଯିବ ବୋଲି ପୋଲିସ ଡିଜି ଅଭୟ କହିଛନ୍ତି ।
ଭୁବନେଶ୍ୱର ନୂତନ ଶାଖାରେ ସାଇବର ଅପରାଧ ସମ୍ପକିତ କେସ ରୁଜୁ ହୋଇପାରିବ ଏବଂ ତା ଉପରେ ମଧ୍ୟ ତଦନ୍ତ ହେବ । ଫେସବୁକ, ଟ୍ୱିଟର, ବ୍ୟାଙ୍କ ଆକାଉଣ୍ଟ, ଓ୍ୱେବସାଇଟ୍ ହ୍ୟାକ ଭଳି ବିଭିନ୍ନ ଅପରାଧକୁ ଚେକ ଦେବାରେ ଏହି ସାଇବର ଷ୍ଟେସନ କାମ କରିବ । ଗତବର୍ଷ ତୁଳନାରେ ଏ ବର୍ଷ ସାଇବର ଅପରାଧ ବଢ଼ିଛି । ତେଣୁ ଓଡ଼ିଶା ପୋଲିସ ମଧ୍ୟ ଅପରାଧକୁ ରୋକିବା ପାଇଁ ନୂଆ ନୂଆ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି । ଟ୍ଵିନ ସିଟି ବାସିନ୍ଦା ଏହି ଥାନାର ସୁଫଳ ପାଇବେ । ଆଗକୁ ଏହି ବିଲଡିଂ ରେ ଓଡିଶା ପୋଲିସର ସୋସିଆଲ ମିଡିଆ ବ୍ରାଞ୍ଚ ବି କାମ କରିବ ବୋଲି କହିଛନ୍ତି ଡିଜିପି ।
ସେହିପରି ପ୍ରାଥମିକ ସ୍ତରରେ ୨୦୦ ପୋଲିସ ଅଫିସରଙ୍କୁ ଟ୍ରେନି ଦିଆଯିବ । ଆଜିଠୁ ଟ୍ରେନିଂ ଆରମ୍ଭ ହୋଇଛି । ଚଳିତ ବର୍ଷ ୮ ଟି ଟ୍ରେନିଂ ହେବ । ନ୍ୟାସନାଲ ଡ଼ିଜାଷ୍ଟର ଟ୍ରେନିଂ ରିସର୍ଚ୍ଚ ସେଣ୍ଟର ଟ୍ରେନିଂ ଦେବ । ଯେଉଁ ଅଫିସର ମାନେ ଟ୍ରେନିଂ ନେବେ ସେହି ଅଫିସର ମାନେ ନିଜ ଥାନାରେ ସାଇବର ଅପରାଧ କେସ୍ ରଖି ତଦନ୍ତ କରିବେ । ଏହାଛଡା ଏହି ଶାଖାରେ ମଧ୍ୟ କେସ୍ ରୁଜୁ ହୋଇ ତଦନ୍ତ କରାଯିବ । ଏବେ ଆଇଆଇସି ଏବଂ ଏଏସଆଇ ଙ୍କୁ ଟ୍ରେନିଂ ଦିଆଯିବ । ଆଜିଠୁ ଟ୍ରେନିଂ ନେଉଥିବା ଅଫିସର ମାନେ ଏବେଠୁ ସାଇଣ୍ଟିଫିକ ପଦ୍ଧତିରେ କେସକୁ ସମାଧାନ କରିବାରେ ସହଜ ହେବ ବୋଲି ଡିଜିପି ଅଭୟ କହିଛନ୍ତି । ଏହି ସାଇବର ଅପରାଧ ଶାଖା ଅପରାଧ ନିୟନ୍ତ୍ରଣ ଦିଗରେ ଅନେକ ସହାୟକ ହେବ ବୋଲି ଜଣାପଡିଛି ।