ଦେଶ

ରାଜସ୍ଥାନ ରାଜନୀତିରେ ନୂଆ ମୋଡ଼ ।

ସତ୍ୟଶିଖା ( ନୂଆଦିଲ୍ଲୀ ) ୧୪ .୦୮.୨୦୨୦ :  ରାଜସ୍ଥାନ ରାଜନୀତିରେ ନୂଆ ମୋଡ଼ । ପୂର୍ବରୁ ଆସ୍ଥା ପ୍ରସ୍ତାବ ପାଇଁ ସହମତି ଦେଖାଉନଥିବା ଅଶୋକ ଗେହେଲଟ ଏବେ ଆଭିମୁଖ୍ୟରେ ପରିବର୍ତନ ଆଣିଛନ୍ତି । ଆଜି ରାଜସ୍ଥାନ ବିଧାନସଭା ଅଧିବେଶନରେ କଂଗ୍ରେସ ନିଜ ଆଡୁ ଆସ୍ଥା ପ୍ରସ୍ତାବ ଆଣିବ ବୋଲି କହିଛି । ଅଧିବେଶନ ପୂର୍ବରୁ ଗତକାଲି କଂଗ୍ରେସ ବିଧାୟକ ଦଳ ବୈଠକ ବସିଥିଲା । ଏହି ବୈଠକରେ ବିଦ୍ରୋହ ଘୋଷଣା କରିଥିବା ସଚିନ ପାଇଲଟ ଏବଂ ଅନ୍ୟ ବିଧାୟକମାନେ ଯୋଗ ଦେଇଥିଲେ ।

ବୈଠକରୁ ଏହା ଜଣାପଡିଛି ଯେ ଗେହେଲଟଙ୍କ ସହ ମିଶି ସଚିନ ପାଇଲଟ ପୁଣିଥରେ କାମ କରିବେ । ସେପଟେ ବିଜେପି ରାଜ୍ୟପାଳ କାଲରାଜ ମିଶ୍ରଙ୍କୁ ସାକ୍ଷାତ କରିଛି । ଆଜି ବିଜେପି ଗେହଲଟ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି କହିଛି । ତେବେ ବିଧାୟକ ଦଳ ବୈଠକରେ ଗେହେଲଟ ନିଜ ଆଡୁ ପ୍ରଥମେ ଆସ୍ଥା ପ୍ରସ୍ତାବ ଆଣିବେ ବୋଲି ନିଷ୍ପତି ନେଇଛନ୍ତି ।

Show More
Back to top button