ସତ୍ୟଶିଖା ( ଭୁବନେଶ୍ୱର ) ୨୩.୦୭.୨୦୨୦ : ବାରଙ୍ଗରେ ଘଟିଥିବା ଏକ ଘଟଣାକୁ ନେଇ ସରଗରମ ଚର୍ଚ୍ଚା । ଅଥଳ ଜଳ ଭିତରେ ମାଛଧରା ଜାଲରେ ପଡିଲା ଟଙ୍କା ଭର୍ତି ବସ୍ତା । ବସ୍ତା ଖୋଲିଲେ ତ ଦେଖିଲେ ବିଡା ବିଡା ଟଙ୍କା । ଏହାକୁ ଦେଖି ଚକିତ ହୋଇଗଲେ ଜାଲ ପକାଇଥିବା ଧୀବର । ରାଜଧାନୀ ଉପକଣ୍ଠ ବାରଙ୍ଗ ଅଂଚଳରେ ଏପରି ଏକ ଘଟଣା ଚର୍ଚା ବିଷୟ ହୋଇଛି । ମାଛ ଧରା ଜାଲରେ ପ୍ରାୟ ୩୦ ଲକ୍ଷ ଟଙ୍କାର ପୁରୁଣା ନୋଟ୍ ଉଦ୍ଧାର ହୋଇଛି । ଜାଲରେ ପଡିଥିବା ବସ୍ତା ଖୋଲାଗଲା ତ ବାହାରିଲ। ବିଡା ବିଡା ପୁରୁଣା ୫୦୦ ଟଙ୍କିଆ ନୋଟ୍ । ଏପରି ଭାବରେ କେନାଲକୁ ଏପରି ଟଙ୍କା ଭର୍ତି ବ୍ୟାଗ୍ କିଏ ଫିଙ୍ଗିଲା ତାକୁ ନେଇ ଉଠିଛି ପ୍ରଶ୍ନ ? ପୁରୀ ମୁଖ୍ୟ କେନାଲର କାନପୁର ସାଇଫନ୍ ନିକଟରେ ମାଛ ଧରା ଜାଲରେ ଏହି ଟଙ୍କା ଭର୍ତି ବସ୍ତା ଧରାପଡିଛି ।