ରାଜ୍ୟ

୧୧ ହଜାର ଲାଞ୍ଚ ନେଇ ଧରା ପଡ଼ିଲେ ଜେଇ

କେନ୍ଦୁଝର(ପ୍ରଣୟ ପାଣି): ୧୧ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ କେନ୍ଦୁଝର ସଦର ବ୍ଲକର ଜେଇ ପ୍ରମୋଦ କୁମାର ପଣ୍ଡା। ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କୁ ଗିରଫ କରାଯାଇ ଅଧିକ ପଚରାଉଚରା କରାଯାଉଛି।

ଆହୁରି ପଢ଼ନ୍ତୁ

ପ୍ରମୋଦ ଆଜି ନିଜ କାର୍ଯ୍ୟାଳୟରେ ଜଣେ ଠିକାଧାରଙ୍କଠାରୁ ବିଲ୍‌ କରେଇଦେବା ବାବଦକୁ ୬ ହଜାର ଟଙ୍କା ଏବଂ ଅନ୍ୟ ଏକ ନୂତନ ଠିକା କାମ ଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ।  ଏହି ସମୟରେ ପୂର୍ବ ଯୋଜନା ମୁତାବକ କେନ୍ଦୁଝର ଭିଜିଲାନ୍ସ ଟିମ୍‌ ସେଠାରେ ପହଞ୍ଚି ତାଙ୍କ ନିକଟରୁ ନଗଦ ଟଙ୍କା ଜବତ କରିଛି।  ଏଥିସହ ତାଙ୍କୁ ଗିରଫ କରି କେନ୍ଦୁଝରସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇଯାଇଛି। ସେଠାରୁ ତାଙ୍କୁ କୋର୍ଟଚାଲାଣ କରାଯିବ। ଭିଜିଲାନ୍ସ ବିଭାଗ ତାଙ୍କ କାର୍ଯ୍ୟାଳୟ ଓ ଘରେ ମଧ୍ୟ ଚଢ଼ାଉ କରିଥିବା ଜଣା ପଡ଼ିଛି ।

ସୂଚନାଯୋଗ୍ୟ, ପ୍ରମୋଦ ପଣ୍ଡା ବରଦାପାଳ, କାଉଁରୀକଳା ଓ ରାଇକଳା ପଞ୍ଚାୟତର ଜେଇ ଦାୟିତ୍ୱରେ ଥିଲେ ।

[ad_2]
Show More
Back to top button