

ସତ୍ୟଶିଖା ୨୧/୦୭/୨୦୨୫: ସୋମବାର ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ହୋଇଛି। ଭିତର କାଠ ନିକଟରେ ଜଣେ ଛୋଟ ପିଲା ବାନ୍ତି କରିଦେବାରୁ ବଡ଼ ମହାସ୍ନାନ ହୋଇଛି। ଅବକାଶ ପୂଜା ସରିବା ପରେ ବାନ୍ତି ପଡିଥିବାର ଦୃଶ୍ୟ ସେବାୟତ ଦେଖିବାକୁ ପାଇଥିଲେ। ପରେ ଠାକୁରଙ୍କ ବଡ଼ ମହାସ୍ନାନ କରାଯାଇଛି। ବଡ଼ ମହାସ୍ନାନ ଯୋଗୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ଠାକୁରଙ୍କ ବଡ଼ ମହାସ୍ନାନ ନୀତି ସରିବା ପରେ ପୁନର୍ବାର ଦର୍ଶନ ଜାରି ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।