ସତ୍ୟଶିକ୍ଷା ୨୬.୦୯.୨୦୨୦ : କାହ୍ନା ପ୍ରେମରେ ଋଷିଆ ଦମ୍ପତି । ରେମୁଣାରେ ରହୁଛନ୍ତି, କୃଷ୍ଣ ପ୍ରେମରେ ଭିଜୁଛନ୍ତି ବିଦେଶୀ ଦମ୍ପତ୍ତି । ସାତ ଦରିଆ ତେର ନଈ ପାର ହୋଇ ଭାରତ ଆସିବା ପରେ ଓଡିଶା ମୋହରେ ଏମିତି ପଡିଛନ୍ତି ଯେ ଆଉ ନିଜ ଦେଶକୁ ଫେରିବାକୁ ଇଚ୍ଛା କରୁ ନାହାନ୍ତି ଋଷିଆର ଏ ପତିପତ୍ନୀ । ସ୍ୱଦେଶ ନଫେରି ବରଂ ସାରାଜୀବନ ଓଡିଶାରେ ରହି କୃଷ୍ଣଙ୍କ ପୂଜା କରିବା ସହ ଓଡିଶାବାସୀଙ୍କ ସେବା କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି ଋଷିଆ ଦମ୍ପତ୍ତତ୍ତି ।
ତାଲାବନ୍ଦ ହଟିବା ପରେ ବି ସ୍ୱଦେଶ ଫେରିବାକୁ ଚାହୁଁ ନାହାନ୍ତି, ରେମୁଣାରେ ରହି ଭଜନ ଗାଉଛନ୍ତି । “ଋଷିଆ ନୁହେଁ ଓଡିଶାରେ ସାରା ଜୀବନ ରହିବାକୁ ନିବେଦନ କଲେ ଋଷିଆ ଦମ୍ପତ୍ତି”
ଗତବର୍ଷ ଅକ୍ଟୋବର ମାସରେ କୃଷ୍ଣଙ୍କ ପ୍ରେମରେ ପଡି ବାଲେଶ୍ୱର ରେମୁଣା କ୍ଷୀରଚୋରା ଗୋପିନାଥଙ୍କ ଦର୍ଶନ କରିବାକୁ ସୁଦୂର ଋଷିଆରୁ ଧାଇଁ ଆସିଥିଲେ ଦୁହେଁ । ହେଲେ ଠାକୁରଙ୍କ ଦର୍ଶନ କରିନପାରି ସବୁଦିନ ମନ୍ଦିର ବାହାରୁ ମୁଣ୍ଡିଆମାରି କୃଷ୍ଣଭକ୍ତିରେ ବାନ୍ଧି ହୋଇ ଦିନକାଟୁଥିଲେ ଦମ୍ପତ୍ତି । ହେଲେ ହଠାତ କରୋନାର କାୟା ବିସ୍ତାର ପରେ ଲକଡାଉନ, ସଟଡାଉନ ହେଲା । ବିମାନ ଉଡାଣରେ କଟକଣା ପାଇଁ ଏମାନେ ଆଉ ନିଜ ଦେଶକୁ ଫେରି ପାରିଲେନି । ବାସ୍ ଇତିମଧ୍ୟରେ ଓଡିଶା ମୋହରେ ପଡିଗଲେ ଋଷିଆ ଦମ୍ପତ୍ତି । ସେପଟେ ଲକଡାଉନ, ସଟଡାଉନର ଏହି ଲମ୍ବା ସମୟରେ ଦୀର୍ଘଦିନ ଧରି ଓଡିଶାରେ ରହିବା ପରେ ଭିସାର ସମୟସୀମା ଶେଷ ହୋଇଛି । ଆଉ ଭିସାର ଅବଧି ସରିଥିଲେ ହେଁ ଏହି ଦମ୍ପତି କିନ୍ତୁ ନିଜ ଦେଶକୁ ଫେରିବାକୁ ଇଚ୍ଛୁକ ନୁହନ୍ତି ।