ନ୍ୟୁଜ୍ରାଜ୍ୟ

ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ

ସତ୍ୟଶିଖା ୧୫/୦୧/୨୦୨୧ : ଚିଲିକା ରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ ଏହି ସର୍ଭେ କରାଯାଉଛି ବୋଲି C.D.A ଚିଫ୍ ଶୁଶାନ୍ତ କୁମାର ନନ୍ଦ ସୂଚନା ଦେଇଛନ୍ତି । ଚିଲିକା ଉପରେ ରିସର୍ଚ୍ଚ କରୁଥିବା ଗବେଷକ ଓ ବୈଜ୍ଞାନିକମାନେ ସାମିଲ ହୋଇଛନ୍ତି । ୧୮ ଟି ଗ୍ରୁପ କରାଯାଇଛି , ପ୍ରତି ଗ୍ରୁପରେ ୫/୬ ଜଣ ଏବଂ ପ୍ରାୟ ୧୦୦ ଜଣ  ଗବେଷକ ଓ ବୈଜ୍ଞାନିକ ଅଛନ୍ତି । ୧୮ ଟି ଡଙ୍ଗା ମଧ୍ୟ ନିୟୋଜିତ ହୋଇଛି ।

GPS ଟ୍ରାକରେ ବାଇନକୁଲାର୍ ସାହାଯ୍ୟରେ ଏମାନେ ଚିଲିକାରେ ଥିବା ଛୋଟ-ଛୋଟ ଗ୍ଲୁମ ଘାସ , ଉଦ୍ଭିଦ , ଜଳଚର ପ୍ରାଣୀ , ବିଦେଶୀ ପକ୍ଷୀ ଏବଂ ଡଲଫିନ୍ ଇତ୍ୟାଦିର ଗଣନା ଓ ତତ୍-ସହିତ ସେ ସମ୍ପର୍କରେ ଗବେଷଣା କରାଯିବ । ଏହି ଗଣନା ଓ ସର୍ଭେ ସମୟରେ ଚିଲିକା ମଧ୍ୟରେ ମତ୍ସ୍ୟଜୀବିଙ୍କ ଡ଼ଙ୍ଗା ଓ ଯାତ୍ରୀବାହୀ ଡ଼ଙ୍ଗା ଚଳାଚଳ ବନ୍ଦ ରଖିବା ପାଇଁ C.D.A ପକ୍ଷରୁ ବିଭିନ୍ନ ଡ଼ଙ୍ଗା ଆସୋସିଏସନକୁ ଅନୁରୋଧ କରାଯାଇଛି । ସକାଳ ୬ ଘଟିକା ରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଏହି ସର୍ଭେ ଓ ଗଣନା କରାଯିବ ବୋଲି C.D.A ପକ୍ଷରୁ କୁହାଯାଇଛି l

Show More
Back to top button