ନ୍ୟୁଜ୍ରାଜ୍ୟ

ବାଇକ୍‌ ଶୋ’ ରୁମ୍‌ରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ବାଇକ୍‌

ସତ୍ୟଶିଖା ( ବାଙ୍କୀ ) ୧୧.୦୩.୨୦୨୨: ଜଳିଗଲା ବାଇକ୍‌ ଶୋ’ ରୁମ୍‌। ପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ବାଇକ୍‌। ବାଙ୍କୀ ବଜାର ସ୍ଥିତ ଥିବା ଏକ ଅନ୍ନପୂର୍ଣ୍ଣା ମୋଟର୍ସ ୟାମା ବାଇକ୍‌ ଶୋ’ରୁମ୍‌ରେ ଏଭଳି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଶୋ ’ରୁମ୍‌ରେ ଥିବା ବାଇକ୍‌ ସମେତ ସମସ୍ତ କମ୍ପ୍ୟୁଟର ଓ ଆସବାବପତ୍ର ମଧ୍ୟ ପୋଡି ପାଉଁଶ ହୋଇଯାଇଛି।

ସୂଚନା ମୁତାବକ, ଗତ ବିଳମ୍ବିତ ରାତିରେ ଶୋ’ରୁମ୍‌ରେ କର୍ମଚାରୀ ଓ ମାଲିକ ସବୁଦିନ ଭଳି ଦୋକାନ ବନ୍ଦ କରି ଘରକୁ ଫେରିଥିଲେ। ଏହାପରେ ଶୋ’ରୁମ୍‌ରେ ନିଆଁ ଲାଗିଯାଇଥିଲା। ତେବେ ଏହି ଅନ୍ନପୂର୍ଣ୍ଣା ମୋଟର୍ସର ବାଇକ୍‌ ଶୋ’ରୁମ୍‌ରେ କେହି ଜଣେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଇଛି । ପୁଲିସ ଖବର ପାଇ ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ମନ୍ଦିର ଓ ଜନଗଳିପୂର୍ଣ୍ଣ ରାସ୍ତା କଡରେ ଥିବା ଏହି ବାଇକ୍‌ ଶୋ’ରୁମ୍‌ରେ କିଭଳି ଅଗ୍ନିକାଣ୍ଡ ଘଟିଲା ତା’ର କାରଣ ଅସ୍ପଷ୍ଟ ରହିଛି।

Show More
Back to top button