ସତ୍ୟଶିଖା (ଯାଜପୁର) ୧୩/୧୦/୨୦୨୦ : ଗୋଦାମରେ ଭୟାବହ ଅଗ୍ନିକାଣ୍ଡ । ଯାଜପୁର ଜିଲ୍ଲା ପୌରାଞ୍ଚଳ ହାବେଳୀ ବଜାର ନିକଟରେ ଥିବା ୨ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା ରହିଛି । ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର୍ ସମୟରେ ଗୋବିନ୍ଦ ତ୍ରିପାଠୀଙ୍କ ଅଫିସ ଷ୍ଟେସନାରି ୨ଟି ଗୋଦାମ ଘରେ ନିଆଁ ଲାଗିଯାଇଥିଲା । ଯାହାଫଳରେ କି ସେଠାରେ ଗଚ୍ଛିତ ଥିବା ଲକ୍ଷାଧିକ ଟଙ୍କାର ଅଫିସ ଷ୍ଟେସନାରି ଏବଂ କାଗଜ ଜଳିପୋଡ଼ି ପାଉଁଶ ହୋଇଯାଇଛି।
ଯାଜପୁର ଗୋଡ଼ଉନ ରେ ନିଆଁ ଲାଗିଗଲା
