ସତ୍ୟଶିଖା ( ଅହମଦାବାଦ ) ୦୬.୦୮.୨୦୨୦ : ଅହମଦାବାଦର ନବରଙ୍ଗପୁର ଅଞ୍ଚଳରେ ଏକ ଘରୋଇ କୋଭିଡ ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଏହି ହସ୍ପିଟାଲରେ ୫୦ ଜଣ କରୋନା ରୋଗୀଙ୍କ ଚିକିତ୍ସା ହେଉଥିଲା । କୌଣସି କାରଣ ହସ୍ପିଟାଲର ଆଇସିୟୁ ୱାର୍ଡରେ ଅଗ୍ନିକାଣ୍ଡ ଘଟି ୮ ଜଣ ରୋଗୀ ପ୍ରାଣ ହରାଇଛନ୍ତି । ଅନ୍ୟ ୪୦ ଜଣ ରୋଗୀଙ୍କୁ ଉଦ୍ଧାର କରାଯାଇ ଅନ୍ୟତ୍ର ସ୍ଥାନାନ୍ତରଣ କରାଯାଇଛି । ତେବେ ନିଆଁ ଲାଗିବା କାରଣ ଏଯାଏଁ ସ୍ପଷ୍ଟ ହୋଇ ନାହିଁ ।
ଅଗ୍ନିଶମ ବିଭାଗକୁ ଫୋନ କରିଥିବା ସତ୍ତ୍ଵେ ସେମାନେ ଘଟଣାସ୍ଥଳରେ ବିଳମ୍ବରେ ପହଞ୍ଚିଥିବା ହସ୍ପିଟାଲ କର୍ମଚାରୀମାନେ ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋକ ବ୍ୟକ୍ତ କରିଛନ୍ତି । ମୋଦି ଟ୍ଵିଟ କରି ଲେଖିଛନ୍ତି ଯେ, ଅହମଦାବାଦର ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିବା ଖବର ଶୁଣି ମୁଁ ଦୁଃଖିତ । ଶୋକ ସନ୍ତପ୍ତ ପରିବାର ପ୍ରତି ମୋର ଗଭୀର ସମବେଦନା । ଆହତଙ୍କୁ ଆସୁ ଆରୋଗ୍ୟ କାମନା କରୁଛି । ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଏବଂ ମେୟର ବିଜଲ ପଟେଲଙ୍କ ସହ ସ୍ଥିତି ବିଷୟରେ ଆଲୋଚନା କରିଛି । ଏହି ଅଗ୍ନିକାଣ୍ଡରେ ପ୍ରଭାବିତଙ୍କୁ ପ୍ରଶାସନ ଯଥା ସମ୍ଭବ ସହାୟତା ଯୋଗାଇ ଦେବ ।