ସତ୍ୟଶିଖା (କଟକ) ୦୮.୧୦.୨୦୨୦ : ଭୁବନେଶ୍ୱର ରାଜଭବନ ନିକଟରେ ଥିବା ପେଟ୍ରୋଲ ପମ୍ପରେ ନିଆଁ ଲାଗିବା ଘଟଣା । ପଟ୍ରୋଲ ପମ୍ପରେ ନିଆଁ ଲାଗି ଗୁରୁତର ଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣଙ୍କର ମୃତ୍ୟୁ ହୋଇଛି । କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତକ ହେଲେ ସତ୍ୟ ନାୟକ । ବିସ୍ଫୋରଣରେ ସତ୍ୟଙ୍କ ଶରୀରର ୬୦ପ୍ରତିଶତ ପୋଡି ଯାଇଥିଲା । ଯାହାପରେ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । କିନ୍ତୁ ଏବେ ସେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।
ପେଟ୍ରୋଲ ପମ୍ପରେ ନିଆଁ ଲାଗିବା ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ l
