ସତ୍ୟଶିଖା ୨୧/୦୧/୨୦୨୧ : ରାଜ୍ୟରେ ବ୍ୟପୁଛି ନକଲି ଖାଦ୍ୟ ସାମଗ୍ରୀର ଚେର । ପ୍ରଥମେ କଟକ, ଭୁବନେଶ୍ୱର ଏବଂ ପର୍ଯ୍ୟାୟକ୍ରମେ ଯାଜପୁର, ଭଦ୍ରକ , ଆଉ ଏବେ ଗଞ୍ଜାମ ଜିଲ୍ଲାରୁ ନକଲି ଖାଦ୍ୟ ପ୍ରସ୍ତୁତି ସାମଗ୍ରୀର କାରଖାନା ଠାବ ହେଉଛି । ବ୍ରହ୍ମପୁର ବଡ଼ବଜାର ଅଞ୍ଚଳରୁ ଗୁରୁବାର ନକଲି ହଳଦୀ ଗୁଣ୍ଡ ଓ ଲଙ୍କାଗୁଣ୍ଡ ଜବତ କରିଛି ପୁଲିସ । ଏହି ଘଟଣାରେ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୁଲିସ ।
ବ୍ରହ୍ମପୁରରେ ନକଲି ହଳଦୀ ଓ ଲଙ୍କା ଗୁଣ୍ଡ କାରଖାନା ଠାବ
