ଧର୍ମରାଜ୍ୟ

୧୧ ତାରିଖ ରାତି ୮ରୁ ପୁରୀରେ ଲାଗିବ କର୍ଫ୍ୟୁ

ସତ୍ୟଶିଖା(ପୁରୀ ) ୦୯ .୦୭.୨୦୨୧: ଗତବର୍ଷ ଭଳି ଚଳିତ ବର୍ଷ ବି ପୁରୀରେ ରଥ ଯାତ୍ରା ସମୟରେ ଲାଗିବ ୧୪୪ ଧାରା । ତିନିଦିନିଆ କର୍ଫ୍ୟୁ ଲାଗିବ ବୋଲି ସୂଚନା ମିଳିଛି ।  ଜୁଲାଇ ୧୧ ତାରିଖ ରାତି ୮ଟାରୁ ପୁରୀ ସହରରେ କର୍ଫ୍ୟୁ ଲଗାଯିବ। ସାରା ସହରରେ ୧୪୪ ଧାରା ଜାରି ହେବ। ଜନସାଧାରଣଙ୍କ ଚଳପ୍ରଚଳ ଉପରେ ରୋକ୍‌ ଲାଗିବ। ପ୍ରବେଶ ପଥ ସମ୍ପୂର୍ଣ୍ଣ ସିଲ୍‌ କରି ଦିଆଯିବ। ଜୁଲାଇ ୧୨ ତାରିଖ ସାରା ଦିନ ଏହି କଟକଣା ବଳବତ୍ତର ରହିବା ପରେ ପରଦିନ ଅର୍ଥାତ୍‌ ଜୁଲାଇ ୧୩ ତାରିଖ ସକାଳ ୮ଟାରୁ ଏହି କଟକଣାକୁ ହଟାଇ ଦିଆଯିବ। ତଥାପି ରଥ ପହଞ୍ଚିବାକୁ ନେଇ କଟକଣା ବଢ଼ିପାରେ ବୋଲି ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି।

ଅନ୍ୟପଟେ ତିନିଦିନିଆ କର୍ଫ୍ୟୁ ଜାରି ହେଉଥିବାରୁ ସପ୍ତାହାନ୍ତ ସଟ୍‌ଡାଉନ୍‌ରେ ସ୍ବତନ୍ତ୍ର ରିଲିଫ୍ କମିସନର ସାମାନ୍ୟ କୋହଳ କରିଛନ୍ତି। ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁରୀରେ ଶନିବାର ସଟ୍‌ଡାଉନ୍‌କୁ ଉଠାଇ ଦିଆଯାଇଛି। ଆଜି ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି ଏସ୍‌ଆର୍‌ସି।

Show More
Back to top button