ନ୍ୟୁଜ୍ରାଜ୍ୟ

୫୦ ପ୍ରତିଶତ ସିଟକୁ ନେଇ ଚାଲିବ ସିନେମା ହଲ

ସତ୍ୟଶିଖା ( ଭୁବନେଶ୍ୱର )୨୨ /୧୧ /୨୦୨୧:  କୋରୋନା କଟକଣା ମଧ୍ୟରେ ରାଜ୍ୟରେ ସିନେମା ହଲ, ଯାତ୍ରା ଓ ମେଲୋଡିକୁ ଅନୁମତି ମିଳିଛି । ତେବେ ୫୦ ପ୍ରତିଶତ ସିଟକୁ ନେଇ ସିନେମା ଚଲେଇବା ପାଇଁ ଅନୁମତି ମିଳିଥିବା ବେଳେ ଏହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ହଲମାଲିକ । ଶନିବାର ସ୍ୱତନ୍ତ୍ର ରିଲିଫ କମିଶନର ଏନେଇ ଏକ ମାର୍ଗଦର୍ଶିକା ଜାରି କରିଥିଲେ । ତେବେ ଏଥିରେ ସିନେମା ହଲ ଗୁଡିକ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିବା ପାଇଁ କୁହାଯାଇଥିବା ବେଳେ ହଲ ମାଲିକ ମାନେ ଉଦବେଗ ପ୍ରକାଶ କରିଛନ୍ତି ।

କାରଣ ଯେତେବେଳେ କୌଣସି ଭଲ ଚଳଚ୍ଚିତ୍ର ନଥିଲା ସେତେବେଳେ ସରକାର ଶତ ପ୍ରତିଶତ ସିଟରେ ସିନେମା ହଲ ଚଳିବାକୁ ଅନୁମତି ଦେଇଥିଲେ । କିନ୍ତୁ ଏବେ ଯେତେବେଳେ ବଲିଓଡ଼ ଓ ଓଲିଓଡ଼ର ଭଲ ଭଲ ଚଳଚ୍ଚିତ୍ର ହଲକୁ ଆସିଛି ସେତେବେଳେ ପୁଣି ୫୦ ପ୍ରତିଶତ ସିଟ ସଂଖ୍ୟା କରିଦେଇଛନ୍ତି । ଏହାକୁ ନେଇ ବେଶ ଦୁଃଖ ପ୍ରକାଶ କରିଛନ୍ତି ହଲ ମାଲିକ । କୋରୋନା ଯୋଗୁଁ ୨ ବର୍ଷ ହେବ କ୍ଷତିରେ ସିନେମା ହଲ ଚାଲୁଥିବା ବେଳେ ଠିକ ଵ୍ୟଵସାୟ ସମୟରେ ହିଁ ସରକାର ଏଭଳି ପଦକ୍ଷେପ ନେଉଥିବାରୁ ଏହା ହଲ ମାଲିକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଉଛି। ବ୍ୟବସାୟକୁ ଟିକେ ସମ୍ଭାଳିବା ସମୟରେ ଏଭଳି ନିଷ୍ପତି ଆମ ମାନଙ୍କୁ ବ୍ୟଥିତ କରିଛି ବୋଲି କହିଛନ୍ତି ସିନେମା ହଲ ମାଲିକ । ତେଣୁ ଏନେଇ ଆଉ ଥରେ ବିଚାର କରାଯାଉବୋଲି ଦାବି ରଖିଛନ୍ତି ହଲ ମାଲିକ ।

Show More
Back to top button